ରାହୁଲ ଜଣେ କୁହାଳିଆ ନେତା: ଧର୍ମେନ୍ଦ୍ର

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସିଥିବା ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ରାହୁଲ ଗାନ୍ଧୀ ଜଣେ କୁହାଳିଆ ନେତା ଓ ଫମ୍ପା ମାଠିଆର ଶବ୍ଦ ବେଶୀ ବୋଲି କେନ୍ଦ୍ରମନ୍ତ୍ରୀ କଟାକ୍ଷ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାହୁଲ ଗାନ୍ଧୀଙ୍କ ପରିବାର ଚାରିପୀଢ଼ି ପର୍ଯ୍ୟନ୍ତ ଦେଶକୁ ଶାସନ କରିବାର ସୌଭାଗ୍ୟ ପାଇଥିଲେ। କଂଗ୍ରେସ ଶାସିତ ରାଜ୍ୟରେ ରାହୁଲ ଗାନ୍ଧୀ କଣ କରିଛନ୍ତି ତାହାର ହିସାବ ଦେବାକୁ ଶ୍ରୀପ୍ରଧାନ ଆହ୍ବାନ କରିଛନ୍ତି। ଏବେ କହୁଥିବା କଥା ସେ ସମୟରେ ଏଆଇସିସି ଅଧ୍ୟକ୍ଷ କାହିଁକି କହିପାରିଲେନି। ଏହାସହ ଆମେଥୀ ଓ ରାଏବରେଲୀରେ ମହିଳାଙ୍କ ଅବସ୍ଥା କଣ ଅଛି ବୋଲି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର