ଯେଉଁମାନେ ଦେଶରେ ଦୁଇ ଜଣ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଦିଦି ସେମାନଙ୍କୁ ସମର୍ଥନ କରୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଯେଉଁମାନେ ଦେଶରେ ଦୁଇ ଜଣ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଦିଦି ସେମାନଙ୍କୁ ସମର୍ଥନ କରୁଛନ୍ତି କହି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

କୁଚ୍‌ ବେହାର ରାଲିକୁ ସମ୍ବୋଧିତ କରି ସେ କହିଲେ: ଦିଦି ଟୁକୁରା ଟୁକୁରା ଦଳକୁ ସମର୍ଥନ କରୁଛନ୍ତି। ଦେଶରେ ଦୁଇ ଜଣ ପ୍ରଧାନମନ୍ତ୍ରୀ ଚାହୁଁଥିବା ଲୋକଙ୍କୁ ଦିଦି ସମର୍ଥନ କରୁଛନ୍ତି। ସେମାନେ ଦେଶ ପାଇଁ ଜଣେ ପ୍ରଧାନମନ୍ତ୍ରୀ ଏବଂ ଜମ୍ମୁ ଓ କଶ୍ମୀର ପାଇଁ ଆଉ ଜଣେ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି। ଆପଣମାନେ କ’ଣ ଏ ଦାବିକୁ ସମର୍ଥନ କରୁଛନ୍ତି? ପିଉସୀ-ପୁତୁରା ଦୁହେଁ ଦେଶକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି।

ସେ ଆହୁରି କହିଛନ୍ତି ଯେ ଲୋକେ ପ୍ରଧାନମନ୍ତ୍ରୀଙ୍କ ନାମ ଉଚ୍ଚାରଣ କରୁଥିବାରୁ ମମତା ବାନାର୍ଜୀଙ୍କୁ ନିଦ ହେଉ ନାହିଁ। ସେମାନେ ଯେତେ ଅଧିକ ମୋଦି ମୋଦି କହୁଛନ୍ତି ଦିଦିଙ୍କୁ ନିଦ ହେଉ ନାହିଁ, ରାଜ୍ୟର ପ୍ରଗତିରେ ସେ ହେଉଛନ୍ତି ସ୍ପିଡ୍‌-ବ୍ରେକର୍‌। ପୁଲିସ ଅଧିକାରୀମାନେ ବଦଳି ହୋଇଥିବାରୁ ନିର୍ବାଚନ କମିସନ୍‌ ଉପରେ ସେ ଉତ୍ତେଜିତ ହୋଇଯାଇଛନ୍ତି। ସେ ଡରି ଗଲେଣି।

ସମ୍ବନ୍ଧିତ ଖବର