ଦିଗ୍‌ବିଜୟଙ୍କୁ ଘାରିଛି ଲୁଙ୍ଗି ଚିନ୍ତା !

ନୂଆଦିଲ୍ଲୀ: ନର୍ମଦା ନଦୀ ପରିକ୍ରମା ଅଭିଯାନରେ ବାହାରିଛନ୍ତି କଂଗ୍ରେସ ନେତା ଦିଗ୍‌ବିଜୟ ସିଂ । ୬ ମାସ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦିଗ୍‌ବିଜୟଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ଏକ ଚିନ୍ତାର କାରଣ ହୋଇଛି । ୩,୩୦୦ କିମି ଯାତ୍ରା ଅବସରରେ ଭ୍ରାମ୍ୟମାଣ ଶୌଚାଳୟ ଯୋଗାଇ ଦେବାପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ସେ ଅନୁରୋଧ କରିଥିଲେ । ତେବେ ଦିଗ୍‌ବିଜୟଙ୍କ ଏହି ଅନୁରୋଧ ପ୍ରସଙ୍ଗରେ ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା ଦେଉ ନ ଥିବା ପ୍ରଶ୍ନ ଦିଗ୍‌ବିଜୟଙ୍କୁ ପଚରାଯିବାରୁ ସେ ଅତ୍ୟନ୍ତ ବ୍ୟଙ୍ଗାତ୍ମକ ଉତ୍ତର ଦେଇଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାରେ ଲୁଙ୍ଗି ଜବତ୍‌ ହେଲା ଭଳି ପରିସ୍ଥିତି ଆସି ପହଞ୍ଚିଛି ବୋଲି ସେ କହିଛନ୍ତି ।

ଯେହେତୁ ସମସ୍ତ ସ୍ଥାନରେ ଶୌଚାଳୟ ବ୍ୟବସ୍ଥା ହୋଇପାରୁ ନାହିଁ ଏଣୁ ପାଇଖାନା ବଦଳରେ ଲୋକେ ବିକଳ୍ପ ଗ୍ରହଣ କରିବେ । ଏଭଳି ପରିସ୍ଥିତିରେ ସରକାର ଶେଷରେ ବିଭିନ୍ନ ସ୍ଥାନରୁ ଲୁଙ୍ଗି ଜବତ କରିବା ସାର ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର