ସୋନିଆଙ୍କ ଘରେ ‘ରାଜନୀତି ଡିନର’, କାନିମୋଝୀ, ଶରଦ ପାଓ୍ଵାର, ତେଜସ୍ୱୀ ସାମିଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବିଜୟ ରଥ ଅଟକାଇବା ତଥା ବିରୋଧୀଙ୍କୁ ଏକତ୍ର କରିବା ପାଇଁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥି ପାଇଁ ସେ ମଙ୍ଗଳବାର ଏକ ରାତ୍ରି ଭୋଜନର ଆୟୋଜନ କରିଛନ୍ତି। ଏଥିରେ ସେ ୧୮ଟି ବିରୋଧୀ ଦଳର ପ୍ରମୁଖଙ୍କୁ ନିମନ୍ତ୍ରଣ କରିଛନ୍ତି। ସୋନିଆଙ୍କ ଦ୍ୱାରା ଆୟୋଜିତ ପାର୍ଟିରେ ଡିଏମ୍‌କେର ପୂର୍ବତନ ନେତ୍ରୀ କାନିମୋଝୀ, ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ଵାର ଓ ଆରଜେଡି ନେତା ତେଜସ୍ୱୀ ଯାଦବ ସାମିଲ ହୋଇଛନ୍ତି।

ସେହିପରି ସୋନିଆଙ୍କ ପାର୍ଟିରେ ବହୁଜନ ସମାଜ ପାର୍ଟିର ସତୀଶ ମିଶ୍ରା, ଆରଏଲଡିର ଅଜିତ ସିଂହ, ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ ମଧ୍ୟ ପହଞ୍ଚିଛନ୍ତି। ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା, ଆରଏସପିର ଏନକେ ପ୍ରେମଚନ୍ଦ୍ର, ଜେଡିଏସ୍‌ର ଉପେନ୍ଦ୍ର ରେଡ୍ଡି ଓ କେରଳ କଂଗ୍ରେସର କେ ଜୋଶ ମଧ୍ୟ ଡିନର ପାର୍ଟିରେ ସାମିଲ ହୋଇଛନ୍ତି।

ହିନ୍ଦୁସ୍ତାନୀ ଓବାମା ମୋର୍ଚ୍ଚାର ଜିତନରାମ ମାଝୀ, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ଡିଏମ୍‌କେ ତରଫରୁ କାନିମୋଝୀ, ବାମପନ୍ଥୀ ଦଳ ତରଫରୁ ମହମ୍ମଦ ସଲିମ୍‌, ଡି ରାଜା ଓ ଜେବିଏମ୍‌ର ବାବୁଲାଲ ମରାଣ୍ଡି ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର