ରାଇରଙ୍ଗପୁର: ବିଜେପିର ପଶ୍ଚିମ ମୟୂରଭଂଜ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତଙ୍କ ସଭାପତିତ୍ୱରେ ରାଇରଙ୍ଗପୁର ପିସିଏମ୍ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ସ୍ତରୀୟ ସଂଗଠନ ପର୍ବ, କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଶ୍ରମନିଯୁକ୍ତି ବିଭାଗର ମନ୍ତ୍ରୀ ଗଣେଶରାମ୍ ସିଂହ ଖୁଣ୍ଟିଆ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଜେପିର ରାଜ୍ୟ ସମ୍ପାଦିକା ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସିପ୍ରା ବାଜପେୟୀ ଉପସ୍ଥିତ ଥିଲେ।
ମୁଖ୍ୟଅତିଥି ଶ୍ରୀ ଖୁଣ୍ଟିଆ ନିଜ ବ୍ୟକ୍ତବରେ କହିଥିଲେ ଆଗାମୀ ଦିନରେ ବିଜେପିର ସଂଗଠନକୁ ମଜବୁତ୍ କରିବାକୁ ହେଲେ ପ୍ରତ୍ୟେକ ୱାର୍ଡରେ ୧୨ ଜଣ ସକ୍ରୀୟ ସଦସ୍ୟଙ୍କୁ ଦଳରେ ଯୋଡିବାକୁ ହେବ। ତାହେଲେ ୨୦୫୦ ମସିହା ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ବିଜେପି ଦଖଲରେ ରହିବ। ସେହିପରି ମୁଖ୍ୟବକ୍ତା ଶ୍ରୀମତୀ ବାଜପେୟୀ ଦଳର ଆଗଧାଡ଼ିର କାର୍ଯ୍ୟକର୍ତାମାନେ ପ୍ରତିଦନ ତୃଣମୂଳ ସ୍ତରକୁ ଯାଇ ଜନତାଙ୍କ ସୁଖଦୁଃଖରେ ସାମିଲ ହେଲେ ଯାଏଁ ବିଜେପି ସଂଗଠନ ଆହୁରୀ ମଜବୁତ୍ ହେବ ବୋଲି ନିଜ ବ୍ୟକ୍ତବ ରଖିଥିଲେ।
/sambad/media/media_files/2024/11/05/img-20241105-wa0006.jpg)
ଆଗାମୀ ଦିନରେ ବିଜେପିର ସଂଗଠନକୁ ମଜବୁତ୍ କରିବାକୁ ହେଲେ ପ୍ରତ୍ୟେକ ୱାର୍ଡରେ ୧୨ ଜଣ ସକ୍ରୀୟ ସଦସ୍ୟଙ୍କୁ ଦଳରେ ଯୋଡିବାକୁ ହେବ। ତାହେଲେ ୨୦୫୦ ମସିହା ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ବିଜେପି ଦଖଲରେ ରହିବ।
-ଗଣେଶରାମ ସିଂହ ଖୁଣ୍ଟିଆ, ମନ୍ତ୍ରୀ
ସେହିପରି ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା ବିଧାୟକ ଭାଦବ ହାଁସଦାଃ, କରଂଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ଦାସ, ସରୋଜ ମହାନ୍ତ, ଆଶିଷ ମହାନ୍ତ, ଜିଲ୍ଲା ଉପସଭାପତି ବିପିନ ମହାନ୍ତ, ନରେନ୍ଦ୍ର ସାହୁ, ଜୁରିଲାଲ୍ ମହାନ୍ତ, ଜୟଦ୍ରଥ ଗିରି, ରାଇରଙ୍ଗପୁର ନଗର ସଭାପତି ସୁରଥ ପଟ୍ଟନାୟକ ପ୍ରମୁଖ ମଂଚାସୀନ ହୋଇ ପଶ୍ଚିମ ମୟୂରଭଂଜ ସାଂଗଠନିକ ଜିଲ୍ଲାରେ ଥିବା ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ରାଇରଙ୍ଗପୁର, ଯଶିପୁର, କରଂଜିଆ ଓ ସାରସକଣାରେ ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳୀଠାରୁ ଅଧିକ ସଦସ୍ୟ ପଂଜୀକୃତ କରିବାକୁ ଆହ୍ୱାନ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ବିଜେପିର ବିକାଶ ଚନ୍ଦ୍ର ମହାନ୍ତ, ଆଲୋକ ରଂଜନ ମହାନ୍ତ, ବିଜୁଗୋପାଳ ଗୋପ, ରାଜେଶ ପାଲ୍, ଜୟଶଙ୍କର ମହାନ୍ତ, ସାମନ୍ତ ଚନ୍ଦ୍ର ଶେଖର ଗିରି, କିନାରାମ୍ ବିରୁଆ, ଶିବୁ ଅଗ୍ରୱାଲା, ସୁନ୍ଦର ମହାନ୍ତ, ସୋନାଲି ବିଜୟଲକ୍ଷ୍ମୀ ମହାନ୍ତ, ମିନତୀ ବସା, ମିଥିଳା ଟୁଡୁ, ରାନି ମଣ୍ଡଳ, ମଂଜୁଲତା ଗିରିଙ୍କ ସମେତ ୨୯ଟି ମଣ୍ଡଳର ବହୁ କମକର୍ତା ଯୋଗଦେଇ ପରିଚାଳନା କରିଥିଲେ। ଶେଷରେ ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ଭାଦବ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/05/img-20241105-wa0002.jpg)