ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ୫ଟି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ନିର୍ବାଚନ କମିସନ୍ କ୍ଲିନଚିଟ୍ ଦେଇଥିବା ବେଳେ ଆଜି ଆଉ ଏକ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ମଧ୍ୟ କ୍ଲିନଚିଟ୍ ପ୍ରଧାନ କରିଛନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ ୩ ଜଣ ନିର୍ବାଚନ କମିସନରଙ୍କୁ ଏବାବଦ ନିଷ୍ପତ୍ତି ନେବାକୁ ଦାୟିତ୍ବ ଦିଆଯାଇଥିବାବେଳେ ଜଣେ କମିସନର ମୋଦୀ ଏବଂ ଶାହଙ୍କୁ କ୍ଲିନଚିଟ୍ ଦେବା ପ୍ରସଙ୍ଗରେ ସହମତି ପ୍ରକାଶ କରିନଥିଲେ। କିନ୍ତୁ ଦୁଇ ଜଣ କମିସନ ମୋଦୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଦମ୍ ନାହିଁ ବୋଲି କହିବା ପରେ ବହୁମତ ମୋଦୀଙ୍କ ସପକ୍ଷରେ ଯାଇଥିଲା। ଗତ ଏପ୍ରିଲ ୨୧ ତାରିଖରେ ମୋଦୀ ଗୁଜରାଟର ପାଟନ୍ରେ କହିଥିଲେ ଯେ ପାକିସ୍ତାନ ଯଦି ଭାରତୀୟ ବାୟୁସେନା ପାଇଲଟ୍ ଅଭିନନ୍ଦନଙ୍କୁ ଫେରାଇ ନଥାନ୍ତା ତେବେ ସେଦିନ ‘କତଲ୍ କି ରାତ୍’ (ସଂହାରର ରାତି) ହୋଇଥାନ୍ତା। ଭାରତ ୧୨ଟି କ୍ଷେପଣାସ୍ତ୍ର ସହ ପ୍ରସ୍ତୁତ ରହିଥିଲା ଏବଂ ପାକିସ୍ତାନ ଯଦି ଅଭିନନ୍ଦନଙ୍କୁ ଫେରାଇ ନଥାନ୍ତା ତେବେ ପରିସ୍ଥିତି ଅତି ଭୟଙ୍କର ହୋଇଥାନ୍ତା ବୋଲି ମୋଦୀ କହିଥିଲେ। ତେବେ ମୋଦୀଙ୍କର ଏହି ଟିପ୍ପଣୀ ପରେ ସିପିଏମ୍ ଏବଂ କଂଗ୍ରେସ ଇସିଙ୍କ ଦ୍ବାରସ୍ଥ ହୋଇ ମୋଦୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।
ମୋଦୀ, ଶାହଙ୍କୁ ୫ ମାମଲାରେ କ୍ଲିନ୍ଚିଟ୍ ପ୍ରସଙ୍ଗ : ଜଣେ କମିସନର ସହମତି ପ୍ରକାଶ କରିନଥିଲେ
/sambad/media/post_attachments/wp-content/uploads/2019/05/11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)