ନୂଆଦିଲ୍ଲୀ : ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା। ଏଣେ ନିିର୍ବାଚନକୁ ସୁରୁଖୁରରେ କରିବା ପାଇଁ ନିର୍ବାଚନ କମିଶନର ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୯ ତାରିଖ ଦିନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଦେଶରେ ନିର୍ବାଚନ ଯଥା ସମୟରେ ହେବ ଏବଂ ଖୁବଶୀଘ୍ର ସାଧାରଣ ନିର୍ବାଚନର ସଂପୂର୍ଣ୍ଣ ବିଜ୍ଞପ୍ତି ଘୋଷଣା ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା ଲକ୍ଷ୍ନୌରେ କହିଛନ୍ତି।

Advertisment

publive-image

ନୂତନ ନିୟମ ଅନୁଯାୟୀ ପ୍ରାର୍ଥୀମାନେ ସେମାନଙ୍କର ଦେଶ ଓ ବିଦେଶ ସଂପତ୍ତି ସଂପର୍କରେ ପୂର୍ଣ୍ଣ ବିବରଣୀ ଦେବେ ବୋଲି ଆରୋରା କହିଛନ୍ତି। ଆୟକର ବିଭାଗ ଏହାର ଯାଞ୍ଚ କରିବ ଏବଂ ଅନିୟମିତତା ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଏଥିସହିତ ସମସ୍ତ ୧,୬୩, ୩୩୧ ଭୋଟ୍ ଗ୍ରହଣ କେନ୍ଦ୍ରରେ ଭିଭିପିଏଟି ମେସିନ୍ ବ୍ୟବହାର ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି।