ନିର୍ବାଚନମନସ୍କ

ଅଫେରା ଅଠର

ଭୟ ଓ ସଂଶୟ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ନୂଆ ବର୍ଷକୁ ସ୍ବାଗତ କରିଥିଲେ। ସେତେବେଳକୁ ପଞ୍ଚାୟତ ନିର୍ବାଚନ ଫଳାଫଳ ଅପ୍ରତ୍ୟାଶିତ ଭାବେ ମେ‌ାଡ଼ିମକଚି ଦେଇଥିଲା ବିଜେଡିର ଦମ୍ଭକୁ। ହେଲେ ସବୁ ଡରର ମୁକାବିଲା କରି ନବୀନ ଆଗକୁ ବଢିବା ଲାଗି ସାହସ େଗାଟାଇଥିଲେ। ନିଜେ ବଦଳିଥିଲେ, ଆଉ େଲାକଙ୍କ ମତ ବଦଳାଇବା ପାଇଁ ବର୍ଷତମାମ ଯୋଜନା ପରେ ଯୋଜନା ଫିଙ୍ଗି ଚାଲିଲେ। ସକାରାତ୍ମକ ଫଳ ମିଳିଲା। ବିେରାଧୀଙ୍କ ପ୍ରଚଣ୍ଡ ଆକ୍ରମଣ ସତ୍ତ୍ବେ ବିଜେପୁର ଉପନିର୍ବାଚନରେ ଏକପାଖିଆ ବିଜୟ ହାସଲ କଲା ବିଜେଡି। ଏହାପରଠାରୁ ବିଜାତଳା ଯାଏ ସବୁ ଉପନିର୍ବାଚନରେ ବିଜେଡିର ଦବ୍‌ଦବା େଦଖିବାକୁ ମିଳିଲା। ବିେରାଧୀଙ୍କୁ ମାତ୍‌ ଦେଇ ନବୀନ ଏଥର ନୂଆଦିଲ୍ଲୀକୁ ବି ଏକାଧିକ ଥର ଚକ୍‌ମା େଦଖାଇେଲ। ହକି ଠାରୁ ଅହିଂସା, ମହିଳା ସଂରକ୍ଷଣ ପର୍ଯ୍ୟନ୍ତ। େଶଷରେ ବିଜୁଙ୍କ ରାସ୍ତାରେ ଯାଇ ଦଳର ପ୍ରତିଷ୍ଠା ଦିବସରେ ଓଡ଼ିଶାର ସ୍ବାର୍ଥ ପାଇଁ ଆର୍ଥିକ ସ୍ବାଧୀନତା ଦାବି କଲେ ନବୀନ। ଏସବୁ ପ୍ରସଙ୍ଗକୁ ନେଇ ଜବରଦସ୍ତ ବିତର୍କର ସୁଯୋଗ ସୃଷ୍ଟି କରିଥିଲା ଓଡ଼ିଶା। ନବୀନଙ୍କ ପତିଆରା ବି ବଢିଥିଲା। ଏହାକୁ ବିେରାଧୀ ବି ସ୍ବୀକାର କରିଛନ୍ତି। ବର୍ଷତମାମ ଯେତେ ଯେତେ ସର୍ଭେ ହୋଇଥିଲା ସବୁଥିରେ େସ ପୁଣି ଏବେ ଏକ ନମ୍ବର। ଏତେ ଅଭିଜ୍ଞତା, ଦାମ୍ଭିକତା ସତ୍ତ୍ବେ ବାଟ କିନ୍ତୁ ସହଜ ‌ହୋଇନି। ସବୁ ପ୍ରସଙ୍ଗରେ େଘରିଥିଲେ ବିେରାଧୀ। ବେଶ୍ ଉଦ୍ୟମ କରିଥିଲେ ଗାଦିଚ୍ୟୁତ କରିବାକୁ। ବ୍ଲକ୍ ଠାରୁ ସଚିବାଳୟ ଯାଏଁ, ବିେରାଧୀଙ୍କ ଆନ୍ଦୋଳନ ନାକେଦମ୍ କରିଥିଲା। ଅନ୍ୟପକ୍ଷରେ ସଂଗଠନ ସଶକ୍ତ କରିବା ଅପେକ୍ଷା ମୋଦୀ, ଶାହ ମ୍ୟାଜିକକୁ ଭରସା କରି ରହିଛି ବିଜେପି। ନେତୃତ୍ବ ପରିବର୍ତ୍ତନ କଂଗ୍ରେସ ପାଇଁ ସଞ୍ଜୀବନୀ ହୋଇଛି। ୧୮ ବର୍ଷର ସରକାର ବିରୋଧରେ ଲଢ଼ିବା ପାଇଁ ଏମାନେ ବଳ ଜୁଟାଇବାରେ ଲାଗିଛନ୍ତି। ରାଜନୀତିର ଏମିତି ଏକ ଦୋ’ଛକିରେ ସମସ୍ତଙ୍କ ନଜର ୨୦୧୯କୁ…। ନବୀନ ଭାବମୂର୍ତି ଅତୁଟ ରହିବ ନା ହଲିଯିବ …

ପ୍ରସ୍ତୁତି: ଭବାନୀ ଶଙ୍କର ତ୍ରିପାଠୀ, ଚୌଧୁରୀ ଅମିତାଭ ଦାସ
କାର୍ଟୁନ୍ : ତନୁଜ, ଅଳଙ୍କରଣ : ନିଶାନ୍ତ

ନବୀନଙ୍କ ଉପରେ ଦିଲ୍ଲୀ ନେତାଙ୍କ ଆଖି

ଜାତୀୟ ରାଜନୀତିରେ ତୃତୀୟ ମେଣ୍ଟ ଗଠନ ନେଇ ଜୋର୍‌ଦାର୍ ପ୍ରସ୍ତୁତି ଚାଲିଥିଲା ବେଳେ ନବୀନଙ୍କ ଆଭିମୁଖ୍ୟ ନେଇ ସମସ୍ତେ ଅନ୍ଧାରରେ। ଜାତୀୟ ରାଜନୀତିରେ ନିଜର ପତିଆରା ଜାହିର କରିବାର କୌଣସି ସୁଯୋଗକୁ ନବୀନ ହାତଛଡ଼ା କରି ନାହାନ୍ତି। ବର୍ଷ ଆରମ୍ଭରୁ ସବୁ ଦଳର ବଡ଼ ନେତାଙ୍କୁ ଭୁବନେଶ୍ବରରେ ଏକାଠି କରି ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କରାଇ‌େଲ। ପୁଣି ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ପ୍ରସ୍ତାବ ଦେଇ ଚର୍ଚ୍ଚାରେ ରହିଥ‌ିଲେ ନବୀନ। ସେହିପରି ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ନବୀନଙ୍କ ନେତୃ୍ତ୍ବରେ ବିଜେଡିର ଅଭିଯାନ ଜାତୀୟ ରାଜନୀତିରେ ଏକ ଚର୍ଚ୍ଚିତ ପ୍ରସଙ୍ଗ। ଭାରତୀୟ ହକି ଦଳର ପ୍ରାୟୋଜକ ସାଜିବା ସହ ବିଶ୍ବକପ୍ ହକିର ଆୟୋଜନ କରି ଓଡ଼ିଶା ଆଉ ଏକ ମାଇଲିଖୁଣ୍ଟ ସ୍ଥାପନ କଲା। େଶଷରେ ନବୀନ ବିଜୁ ପଟ୍ଟନାୟକଙ୍କ ରାସ୍ତାରେ ଯାଇ ଆର୍ଥିକ ସ୍ବାଧୀନତା ପ୍ରସଙ୍ଗ ଉଠାଇ ଏକ ନୂଆ ବିତର୍କକୁ ଜନ୍ମ େଦଇଛନ୍ତି। ଏସବୁ ଘଟଣା ଜାତୀୟ ରାଜନୀତିରେ ନବୀନଙ୍କ ଗୁରୁତ୍ବ ବଢ଼ାଇବାରେ ସହାୟ ହୋଇଛି।

ସୁରଟରେ ବଳ କଷାକଷି

ବିଜେଡି ଓ ବିଜେପି ଟକରାଟକରି ଓଡ଼ିଶା ଭିତରେ ସୀମିତ ନାହିଁ। ନିଜ ନିଜର ଭାଉ ଦେଖାଇବା ପାଇଁ ଉଭୟ ଦଳ ଗୁଜୁରାଟର ସୁରଟକୁ ରାଜନୀତିର ମଇଦାନ ଭାବେ ବ୍ୟବହାର କରିଛନ୍ତି। ସୁରଟରେ ରହୁଥିବା ୭ ଲକ୍ଷ ପ୍ରବାସୀ ଓଡ଼ିଆ କାହା ଆଡକୁ ଯିବେ େନଇ ଉଭୟଙ୍କ ମଧ୍ୟରେ ବଳ କଷାକଷି େହାଇଥିଲା। କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନଙ୍କ ପ୍ରୋତ୍ସାହନରେ ଗତ ସେେପ୍ଟମ୍ବରେ ‘ଓଡ଼ିଆ ପର୍ବ’ ନାଁରେ ପ୍ରବାସୀଙ୍କୁ ଏକାଠି କରିଥିଲେ ବିଜେପି ନେତା। ଡିସେମ୍ବର ମାସରେ ‘ଓଡ଼ିଆ ମହୋତ୍ସବ’ ନାଁରେ ସୁରଟରେ ଆଉ ଥରେ ପ୍ରବାସୀଙ୍କ ସମ୍ମିଳନୀ ହେଲା। ଏଥର ପ୍ରଚ୍ଛଦ ପଟରେ ଥିଲା ବିଜେଡି, ଆଉ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶା କଥା ରହିଲା

ବହୁ ବାଦ-ବିବାଦ, ଓଡ଼ିଶା-ଛତିଶଗଡ଼ ଛାୟାଯୁଦ୍ଧ, କେନ୍ଦ୍ର-ରାଜ୍ୟ ବିବାଦ, ଆଇନଗତ ଲଢ଼େଇ, ରାଜନୈତିକ ଆନ୍ଦୋଳନ ପରେ ୨୦୧୮ ମାର୍ଚ୍ଚରେ ଗଢ଼ା ହେଲା ମହାନଦୀ ଟ୍ରିବ୍ୟୁନାଲ୍। ମହାନଦୀ ପାଣି ପାଇଁ ହେଉଥିବା ଏହି ଲଢ଼େଇରେ ଟ୍ରିବ୍ୟୁନାଲ୍‌ରୁ ନ୍ୟାୟ ମିଳିବ ବୋଲି ଓଡ଼ିଶା ସରକାରୀ ଆଶାବାଦୀ। ଏହା ମଧ୍ୟରେ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ବି ଆରମ୍ଭ ହୋଇଯାଇଛି। ତେବେ ଛତିଶଗଡ଼ ନିର୍ମାଣ ଉପରେ ରୋକ୍ ଲଗାଇବାକୁ ଓଡ଼ିଶାର ଦାବି ରହି ନାହିଁ। ସେହିପରି ପୋଲାଭରମ୍‌କୁ ନେଇ ମଧ୍ୟ ଓଡ଼ିଶାର ଆଇନଗତ ଲଢ଼େଇ ଜାରି ରହିଛି। ପ୍ରକଳ୍ପ ନିର୍ମାଣ ବନ୍ଦ ନେଇ ରାଜ୍ୟ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବଂଶଧାରା ବି ଚର୍ଚ୍ଚାରେ ରହିବା ପାଇଁ େଢର୍ ପ୍ରୟାସ କରିଛି।

ସ୍ବାସ୍ଥ୍ୟ ବୀମାକୁ ନେଇ ଟଣାଓଟରା

କେନ୍ଦ୍ର ସରକାର ଲାଗୁ କରିଥିବା ସ୍ବାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ’କୁ ଓଡ଼ିଶାରେ ଲାଗୁ କରିବାକୁ ରୋକ୍‌ଠୋକ୍ ମନା କରିଦେଇଛନ୍ତି ରାଜ୍ୟ ସରକାର। ବିକଳ୍ପ ଭାବେ ରାଜ୍ୟରେ ଲାଗୁ କରାଯାଇଛି ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’। ସମସ୍ତ ହିତାଧିକାରୀଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ୍ କରା ନ ଯିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସରକାର ଆରମ୍ଭ କଲେ ବୋଲି ଯୁକ୍ତି ବାଢ଼ିଲେ। ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ବି ଜାରି ହୋଇଛି। ସେହିପରି କେନ୍ଦ୍ରର ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି।

ଦୂର ହୋଇପାରିଲାନି ଚାଷୀଙ୍କ ଦୁଃଖ

ଚାଷ ଓ ଚାଷୀ ବର୍ଷତମାମ ଖବରର ଶିରୋନାମା ପାଲଟିଥିଲେ। ବିଭିନ୍ନ ସମୟରେ ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍‌ସନ୍ ଦାବିରେ ଚାଷୀ ଆନ୍ଦୋଳନ ସରକାରଙ୍କୁ ନାକେଦମ୍ କରିଥିଲା। ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସରକାର ମନ୍ତ୍ରୀସ୍ତରୀୟ କମିଟି ବି ଗଠନ କରିଥିଲେ। ବର୍ଷ ଶେଷକୁ ‘କାଳିଆ’ ଯୋଜନାରେ ଚାଷୀଙ୍କ ପାଇଁ ବିଭିନ୍ନ ପ୍ୟାକେଜ୍‌ ଘୋଷଣା କରି ସେମାନଙ୍କୁ ଖୁସି କରିବାକୁ ଉଦ୍ୟମ କରିଥିଲେ ସରକାର। ଅବଶ୍ୟ ବିରୋଧୀ ଏହାକୁ ସମାଲୋଚନା କରିଥିଲା ବେଳେ ଚାଷୀ ସଂଗଠନ ବି ଏହାକୁ ଗ୍ରହଣ କରିପାରି ନ ଥିଲେ। ‘କାଳିଆ’ ଯୋଜନା ସରକାରଙ୍କୁ ଚାଷୀ ଅସନ୍ତୋଷରୁ ବର୍ତ୍ତାଇବ ନା ଚାଷୀ ଆନ୍ଦୋଳନ ସରକାରଙ୍କ କଲବଲ କରିବ, ତାହା ୨୦୧୯ ପ୍ରଥମାର୍ଦ୍ଧରେ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର