ଆଗାମୀ ନିର୍ବାଚନ ପାଇଁ ନିର୍ବାଚନ କମିସନ୍‌ ପ୍ରସ୍ତୁତ, ଆଗୁଆ ହୋଇପାରେ ନିର୍ବାଚନ!

ନୂଆଦିଲ୍ଲୀ: ୨୦୧୮ ମସିହା ନିର୍ବାଚନ ପାଇଁ ସାରା ଦେଶରେ ଆଗୁଆ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ନିର୍ବାଚନ ନେଇ ପ୍ରସ୍ତୁତ ଥିବା କଥା ଭାରତୀୟ ନିର୍ବାଚନ କମିସନ୍‌ ପକ୍ଷରୁ ପ୍ରକାଶ ପାଇଛି। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ପ୍ରସ୍ତୁତ ଥିବା କହିଛନ୍ତି। ଚର୍ଚ୍ଚା ହେଉଛି କେନ୍ଦ୍ରରୋ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି ଯ ଏପରିକି ଲୋକସଭା ଓ ବିଧାନସଭା ନିର୍ବାଚନ ଅଲଗା ଅଲଗା କରିବା ପରିବର୍ତ୍ତେ, ଏକାଠି ଗୋଟିଏ ସମୟରେ କରିବା ଉପରେ ଜୋର ଦେଉଛନ୍ତି। ତେବେ ଆଗାମୀ ନିର୍ବାଚନ ଟିକେ ଆଗୁଆ ହୋଇପାରେ ବୋଲି ସନ୍ଦେହ କରାଯାଉଛି।

ଏହି ପରିପ୍ରେକ୍ଷୀରେ ର୍ନିବାଚନ କମିଶନର ଓ.ପି. ରାୱତ ଗତକାଲି ଭୋପାଳରେ କହିଛନ୍ତି ଯେ, ‘ଆସନ୍ତାବର୍ଷ ସେପ୍ଟେମ୍ବର  ସୁଦ୍ଧା ଏକକାଳୀନ ନିର୍ବାଚନ ପାଇଁ କମିଶନ ପ୍ରସ୍ତୁତ ହୋଇଯିବ। ଏଥିପାଇଁ ଆବଶ୍ୟକ ପଡୁଥିବା ଇଭିଏମ ମେସିନ୍‌ ଓ ଭିଭିପାଟ୍‌ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସରକାର ଚାହିଁଲେ ଏ ନେଇ ଆଇନଗତ ସଂଶୋଧନ କରି ଆଗୁଆ ଓ ଏକକାଳୀନ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇପାରିବେ।’

ନିର୍ବାଚନ କମିଶନଙ୍କ ଏଭଳି ସୂଚନା ପରେ ଓଡ଼ିଶାରେ ଆଗୁଆ ର୍ନିବାଚନ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ପୂର୍ବରୁ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହୋଇଆସୁଛି। ତେବେ ଓଡିଶାରେ ୨୦୧୯ରେ ନିର୍ବାଚନ ହେବାକୁ ଥିବାବେଳେ, ଆଗୁଆ ନିର୍ବାଚନ ହେଲେ ପ୍ରସ୍ତୁତ ଥିବା କହିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବଜେପି ଓ କଂଗ୍ରେସ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ୧୦୧୮ରେ ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ୨୦୧୮ ଜାନୁଆରୀ ୨୨ ତାରିଖରେ ଶେଷ ହେଉଛି। ହିମାଚଳ ପ୍ରଦେଶରେ ଜାନୁଆରୀ ୭ରେ ହେବାକୁ ଥିବା ବେଳେ , କର୍ଣ୍ଣଟକରେ ମେ ୨୮, ମେଘାଳୟରେ ମାର୍ଚ୍ଚ ୬, ମିଜୋରାମରେ ଡିସେମ୍ବର ୧୫, ନାଗାଲାଣ୍ଡରେ ମାର୍ଚ୍ଚ ୧୩ ଓ ତ୍ରିପୁରାରେ ମାର୍ଚ୍ଚ ୧୪ରେ ଶେଷ ହେବ ବିଧାନସଭା କାର୍ଯ୍ୟକାଳ। କେବଳ ମିଜୋରାମକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟଗୁଡିକରେ ସେପ୍ଟେଟର ସୁଦ୍ଧା ନିର୍ବାଚନ ଶେଷ ହୋଇଯିବ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ୧୦୧୮ରେ ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ୨୦୧୮ ଜାନୁଆରି ୨୨ ତାରିଖରେ ଶେଷ ହେଉଛି। ହିମାଚଳ ପ୍ରଦେଶରେ ଜାନୁଆରି ୭ରେ ହେବାକୁ ଥିବା ବେଳେ , କର୍ଣ୍ଣାଟକରେ ମେ ୨୮, ମେଘାଳୟରେ ମାର୍ଚ୍ଚ ୬, ମିଜୋରାମରେ ଡିସେମ୍ବର ୧୫, ନାଗାଲାଣ୍ଡରେ ମାର୍ଚ୍ଚ ୧୩ ଓ ତ୍ରିପୁରାରେ ମାର୍ଚ୍ଚ ୧୪ରେ ଶେଷ ହେବ ବିଧାନସଭା କାର୍ଯ୍ୟକାଳ। କେବଳ ମିଜୋରାମକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟଗୁଡିକରେ ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ ଶେଷ ହୋଇଯିବ। ତେଣୁ କେନ୍ଦ୍ର ସରକାର ନିଷ୍ପତି ନେଲେ ଏସବୁ ରାଜ୍ୟ ସହ ୨୦୧୯ରେ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ମଧ୍ୟ ଆଗୁଆ ନିର୍ବାଚନ କରାଇ ପାରନ୍ତି। ଏପରିକି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରାଇ ନିର୍ବାଚନ ଖର୍ଚ୍ଚ କମ୍‌ କରିବାକୁ ମଧ୍ୟ ନିଷ୍ପତି ନେଇପାରନ୍ତି କେନ୍ଦ୍ର ସରକାର।

ସମ୍ବନ୍ଧିତ ଖବର