ଚେନ୍ନାଇ: ଅଦାଲତଙ୍କ ଆଦେଶ ବଳରେ ‘ଇପିଏସ୍’ ନାମରେ ସୁପରିଚିତ ‘ଏଆଇଡିଏମ୍କେ’ ନେତା ଏଡ଼ାପ୍ପାଡ଼ି ପଲନୀସ୍ବାମୀ ଆଜି ଦଳର ଅସ୍ଥାୟୀ ମୁଖ୍ୟ ଭାବେ ଅଫିସ୍କୁ ଆସିଛନ୍ତି।
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.ଜି. ରାମଚନ୍ଦ୍ରନ୍ ଓ ଜେ. ଜୟଲଳିତାଙ୍କ ପ୍ରତିମୂର୍ତ୍ତି ନିକଟରେ ପଲନୀସ୍ବାମୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ବେଳେ ଅଗଣିତ ଦଳୀୟ କର୍ମୀ, ନିର୍ବାଚିତ ବିଧାୟକ ଓ ସାଂସଦମାନେ ତାଙ୍କୁ ବଭ୍ୟ ସ୍ବାଗତ ଜଣାଇବା ସହ ନିଜ ନିଜର ସମର୍ଥନ ଜଣାଇଛନ୍ତି।
Image Courtesy of The New Indian Expressଆଗରୁ ଜଣିକିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଦେଇଥିବା ରାୟକୁ ଖାରଜ କରି ଗତ ସପ୍ତାହରେ ମାଡ୍ରାସ୍ ହାଇକୋର୍ଟ ‘ଏଆଇଏଡିଏମ୍କେ’ ନେତା ‘ଇପିଏସ୍’ଙ୍କୁ ଦଳର ଅସ୍ଥାୟୀ ସାଧାରଣ ସମ୍ପାଦକ ଭାବେ ଦିଆଯାଇଥିବା ପଦୋନ୍ନତିକୁ ଅନୁମୋଦନ କରିଥିଲେ। ଏହାଛଡ଼ା, ‘ଇପିଏସ୍’ଙ୍କ ପ୍ରତିଦ୍ବନ୍ଦ୍ବୀ ଓ. ପନ୍ନୀରସେଲବମ୍ଙ୍କୁ (ଓପିଏସ୍) ହଟାଇବା ପାଇଁ ମଧ୍ୟ ଅଦାଲତ ଆଦେଶ ଦେଇଥିଲେ।
ପୂର୍ବରୁ ଜଣିକିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଦେଇଥିବା ରାୟରେ କହିଥିଲେ ଯେ, ‘ଇପିଏସ୍’ ପାର୍ଟିର ମୁଖ୍ୟ ଏବଂ ‘ଓପିଏସ୍’ଙ୍କୁ ବହିଷ୍କାର କରାଯାଇଥିବା ଜୁଲାଇ ୧୧ ତାରିଖରେ ଆୟୋଜିତ ‘ଏଆଇଏଡିଏମ୍କେ’ର ସାଧାରଣ ପରିଷଦ୍ ବୈଠକ ଏକତରଫା ଭାବେ ‘ଇପିଏସ୍’ ଡକାଇଥିଲେ। ତେଣୁ, ଖଣ୍ଡପୀଠ ଦଳର ଦ୍ବୈତ ନେତୃତ୍ବକୁ ବଜାୟ ରଖିବା ପାଇଁ ସ୍ଥିତାବସ୍ଥା (ଦଳର ଜୁନ୍ ୩୦ ବୈଠକ ପୂର୍ବର ଅବସ୍ଥା) ଜାରି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/eps.jpg)