ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଏକ ଚୋର ମେସିନ : ଫାରୁକ ଅବଦୁଲ୍ଲା

କୋଲକତା : ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ବା ଇଭିଏମ ଏକ ଚୋର ମେସିନ । ଏଥିରେ କୌଣସି ସ୍ୱଚ୍ଛତା ନାହିଁ । ବିଶ୍ୱର କୌଣସି ଦେଶରେ ଏହି ମେସିନକୁ ବ୍ୟବହାର କରୁନାହାନ୍ତି । ଭାରତୀୟ ନିର୍ବାଚନରେ ସ୍ୱଚ୍ଚତା ଆଣିବା ପାଇଁ ବିରୋଧୀ ଦଳମାନେ ବାଲଟ ବାକ୍ସ ବ୍ୟବସ୍ଥାକୁ ପୁଣି ଲାଗୁ କରିବାକୁ ନିର୍ବାଚନ ଆୟୋଗ ନିକଟରେ ଦାବି କରନ୍ତୁ ବୋଲି ସେ ଏଠାରେ ଅନୁଷ୍ଠିତ ବିରୋଧୀ ଦଳଙ୍କ ମହାମେଳି ଅବସରରେ କହିଛନ୍ତି ।

ସେ କହିଛନ୍ତି ଯେ ଏହି ମହାମେଳିର ଉଦ୍ଦେଶ୍ୟ ଗୋଟିଏ ଗୋଟିଏ ଲୋକକୁ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟ କରି) ହଟାଇବା ନୁହେଁ, ବରଂ ବହୁ କଷ୍ଟରେ ମିଳିଥିବା ସ୍ୱାଧୀନତାକୁ ବଞ୍ଚାଇବା । ସେ ଜାମ୍ମୁ ଓ କାଶ୍ମୀରର ପରିସ୍ଥିତି ପାଇଁ ବିଜେପିକୁ ଦୋଷ ଦେଇଛନ୍ତି । ସେ କହିଛନ୍ତି ଯେ ବିଜେପି ଲୋକମାନଙ୍କୁ ଜାତି ଓ ଧର୍ମ ଭିତ୍ତିରେ ଭାଗ ଭାଗ କରୁଛି ।

ସମ୍ବନ୍ଧିତ ଖବର