ନୂଆଦିଲ୍ଲୀ:୫ଟି ରାଜ୍ୟର ବିଧାନସଭା ଲାଗି ମତଦାନ ଶେଷ ହେବା ପରେ ଏକ୍ଜିଟ୍ ପୋଲ୍ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମର ଏକ୍ଜିଟ୍ ପୋଲ୍ ଫଳାଫଳ ଶୁକ୍ରବାର ବାହାରି ସାରିଛି।
ଟାଇମ୍ସ ନାଓ- ସିଏନ୍ଏକ୍ସ ଏକ୍ଜିଟ୍ ପୋଲ ମୁତାବକ, ବିଜେପି ହୁଏତ ମଧ୍ୟପ୍ରଦେଶରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରେ ମାତ୍ର ରାଜସ୍ତାନରେ ଶାସନ କ୍ଷମତାରୁ ହଟିଯାଇ ପାରେ। କଂଗ୍ରେସ ରାଜସ୍ଥାନ ଓ ଛତିଶଗଡରେ ବିଜୟର ଢୋଲ ପିିଟିପାରେ ମାତ୍ର ତେଲେଙ୍ଗାନାରେ ଟିଆର୍ଏସ୍ ଦଳର ବିଜୟ ଅନୁମାନ କରାଯାଉଛି। ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ରେ ନିର୍ବାଚନ ନଭେମ୍ବରରେ ହୋଇଥିବା ବେଳେ ରାଜସ୍ଥାନ ଓ ତେଲେଙ୍ଗାନାର ମତଦାନ ଫଳାଫଳ ଆଜି ବାହାରିଛି।
ତେଲେଙ୍ଗାନା : କଂଗ୍ରେସ ଓ ଟିଡିପିଙ୍କୁ ଝଟ୍କା ଦେବ ଟିଆର୍ଏସ୍
ନିର୍ବାଚନ ଫଳାଫଳ ପୂର୍ବାନୁମାନ ଆକଳନରୁ ଜାଣିବାକୁ ମିଳିଛି ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍ଏସ୍) ରାଜ୍ୟରେ ଶାସନ ଜାରି ରଖିବା ସମ୍ଭାବନା ନିଶ୍ଚିତ । ସମୁଦାୟ ୧୧୯ ନିର୍ବାଚନ କ୍ଷେତ୍ରରୁ ଟିଆର୍ଏସ୍ ୬୬ ଆସନରେ ବିଜୟ ଲାଭ କରିବ ବୋଲି ଆଶା ରହିଛି। କଂଗ୍ରେସ-ଟିଡିପି-ସିପିଆଇ-ଟିଜେପି ୩୭ ସିଟ୍ ଜିତିବେ ବୋଲି ଆକଳନ କରାଯାଇଥିବା ବେଳେ ବିଜେପି ୭ ଓ ଅନ୍ୟାନ୍ୟ ୯ଟି ଆସନ ଜିତିପାରନ୍ତି ବୋଲି ସୂଚନା ରହିଛି।
ରାଜସ୍ଥାନରେ କଂଗ୍ରେସ ବାଜିମାତ୍ କରିବ
ଟାଇମ୍ସ ନାଓ-ସିଏନ୍ଏକ୍ସ ଏକ୍ଜିଟ୍ ପୋଲର ସୂଚନାରୁ ଜାଣିବାକୁ ମିଳିଛି ଯେ ରାଜସ୍ଥାନରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିବ। ୧୦୫ ଆସନ ଲାଭ କରି କଂଗ୍ରେସ ଶାସନ କରିବ ବୋଲି ଆଶା ରହିଥିବା ବେଳେ ବିଜେପିକୁ ୮୫, ବିଏସ୍ପିକୁ ୨ ଓ ଅନ୍ୟାନ୍ୟଙ୍କୁ ୭ଟି ଆସନ ମିଳିପାରେ।
ମଧ୍ୟପ୍ରଦେଶ : ବିଜେପି ଆସନ ସଂଖ୍ୟା କମିବ, କିନ୍ତୁ ସଂଖ୍ୟାଗରିଷ୍ଠତା ପାଇବ
ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ୨୦୧୩ ମସିହା ବିଧାନସଭା ନିର୍ବାଚନ ତୁଳନାରେ ବିଜେପିର ସମର୍ଥକଙ୍କ ସଂଖ୍ୟା ହ୍ରାସ ପାଇଛି। ୨୦୧୩ ମସିହାରେ ବିଜେପି ମଧ୍ୟପ୍ରଦେଶରେ ୪୪.୮୮ ଆସନରେ ଜିତିଥିବା ବେଳେ ୨୦୧୮ରେ ୪୨.୫୦ ଆସନ ହାସଲ କରିପାରେ ବୋଲି ଆଶା କରାଯାଉଛି। ମଧ୍ୟ ପ୍ରଦେଶରେ ବିଜେପି ଶାସନ ଚାଲୁ ରହିପାରେ। ମାତ୍ର ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ। ଉଭୟ ଦଳ ୧୧୦ ଲେଖାଏଁ ଆସନ ଲାଭ କରିପାରନ୍ତି। ଏଠାରେ ମ୍ୟାଜିକ ନମ୍ବର ହେଉଛି ୧୧୫। ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ଵାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଆଶା ରହିଛି।
ଛତିଶଗଡ : କଡା ମୁକାବିଲାରେ କଂଗ୍ରେସ୍ ଫେରିବା ସମ୍ଭାବନା
ଆଶା କରାଯାଉଛି ଯେ ଛତିଶଗଡରେ ସମୁଦାୟ ୯୦ ଆସନରୁ କଂଗ୍ରେସ ୪୫ଟି ଆସନରେ ବିଜୟ ଲାଭ କରିବ। ୨୦୧୩ ମସିହାରେ ୪୯ ଆସନ ଲାଭ କରିଥିବା ବିଜେପିର ଆସନ୍ ସଂଖ୍ୟା ୩୯କୁ ଖସିଯାଇ ପାରେ। ସେହିପରି ବିଏସ୍ପି-ଜେସିସି ମେଣ୍ଟକୁ ୬ଟି ଆସନ ମିଳିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Exit-Poll-Design_2018_Cover_Thumbnail.jpg)