ନକଲି ଗେ ସେକ୍ସ ଭିଡିଓ ଭାଇରାଲ୍‌ ପ୍ରସଂଗରେ କର୍ଣ୍ଣାଟକ ବିଧାନସଭାରେ କାନ୍ଦି ପକାଇଲେ ବିଧାୟକ, ମୋ ପିଲାମାନଙ୍କ ଉପରେ ଯାହା ଘଟୁଛି ମୁଁ ହିଁ ଜାଣେ

ବେଙ୍ଗାଲୁର: ଭରତୀୟ ଜନତା ପାର୍ଟିର ବିଧାୟକ ଅରବିନ୍ଦ ଲିମ୍ବାଭାଲି ସୋସିଆଲ୍‌ ମିଡିଆରେ ବୁଲୁଥିବା ତାଙ୍କର ଏକ ନକଲି ଗେ ସେକ୍ସ ଭିଡିଓ ବିଷୟରେ କହି ମଙ୍ଗଳବାର କର୍ଣ୍ଣାଟକ ବିଧାନସଭାରେ କାନ୍ଦି ପକାଇଛନ୍ତି। ବିଧାୟକ ଲିମ୍ବାଭାଲି ଏହି ଘଟଣାର ପୂର୍ଣ୍ଣ ତଦନ୍ତ ଦାବି କରିଛନ୍ତି। ଗତ ୧୦ ଦିନ ହେବ ଅରବିନ୍ଦ ଲିମ୍ବାଭାଲିଙ୍କ ମୁହଁ ଦିଶୁଥିବା ଏହି ନକଲି ଗେ ସେକ୍ସ ଭିଡିଓଟି ଭାଇରାଲ୍‌ ହେବା ପରେ ରାଜନୈତିକ ମହଲାରେ ଚର୍ଚ୍ଚା ଜୋର୍‌ ଧରିଛି।

Times of India

ଏହି ବିଦାଦୀୟ ଭିଡିଓ ପଛରେ ରାଜନୈତିକ ଷଡ଼ଯନ୍ତ୍ର ସାମିଲ୍‌ ଅଛି ବୋଲି ଅଭିଯୋଗ ଆଣି ଲିମ୍ବାଭାଲି ଏହି ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ସେ ଭାବପ୍ରବଣ ହୋଇ କହିଛନ୍ତି ଯେ ‘ଏପରି ଭିଡିଓ ଭାଇରାଲ୍‌ ହେବା ପରେ ମୋ ପିଲାମାନଙ୍କ ଉପରେ କ’ଣ ବିତୁଛି ତାହା ମୁଁ ଜାଣିଛି। ଯାହା ପରିବାରେ ଏପରି କିଛି ଘଟେ ସେ ହିଁ ଏହାକୁ ଭଲ ଭାବେ ବୁଝିପାରେ।’ ଲିମ୍ବାଭାଲିଙ୍କର ବିରୋଧୀମାନେ ଏପରି ମର୍ଫଡ ଭିଡିଓ ବନାଇ ତାଙ୍କୁ ଅପଦସ୍ତ କରିବା ଯୋଜନା କରିଛନ୍ତି ବୋଲି ଲିମ୍ବାଭାଲିଙ୍କ ଆସିଷ୍ଟାଣ୍ଟ୍‌ ଗିରିଶ ଭରଦ୍ୱାଜ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର