କର୍ଣ୍ଣାଟକରେ କଂଗ୍ରେସ ସରକାର ଯିବ: ନରେନ୍ଦ୍ର ମୋଦି

ଚାଷୀ ର‍୍ୟାଲିରେ ୟେଦୁରେପ୍ପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବର୍ତମାନର ସରକାର ଯିବା ସୁନିଶ୍ଚିତ। ଏହି ସରକାର ପାପ ଭାରାକ୍ରାନ୍ତରେ ବୁଡି ସାରିଛି। ଏହି ରାଜ୍ୟ ସରକାର କଂଗ୍ରେସକୁ ବଞ୍ଚାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଥିଲେ। ଦାବଣଗେରେ ଠାରେ କୃଷକଙ୍କ ର‍୍ୟାଲିକୁ ସମ୍ବୋଧନ କରିବା ଅବସରରେ ମୋଦି କହିଥିଲେ, ଏହି ର‍୍ୟାଲି ରାଜ୍ୟ ବିଜେପି ଶାଖା ତରଫରୁ ପ୍ରଦେଶ ଅଧ୍ୟକ୍ଷ ଓ ଆଗାମୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦୁରେପ୍ପାଙ୍କ ୭୫ତମ ଜନ୍ମଦିନ ଅବସରରେ ଆୟୋଜନ କରାଯାଇଛି।

କର୍ଣ୍ଣାଟକରେ ମୋଦି କନ୍ନଡରେ ଭାଷଣ ଆରମ୍ଭ କରଥିଲେ। ମୋଦି କହିଥିଲେ, ମୁଁ ଯେତେବେଳେ ଗୁଜରଟରେ ମୁଖ୍ୟମନ୍ତ୍ରୀ ଥିଲି, ସର୍ଦ୍ଦାର ପଟେଲଙ୍କ ଷ୍ଟ୍ୟାଚୁ ନିର୍ମାଣ କରିବାକୁ ସଙ୍କଳ୍ପ ନେଇଥିଲି। ପଟେଲ ଚାଷୀଙ୍କ ପାଇଁ ସବୁଠାରୁ ଅଧିକ ଆନ୍ଦୋଳନ କରିଥିବା ନେତା ଥିଲେ। ପଟେଲଙ୍କ ଷ୍ଟ୍ୟାଚୁ ଅଫ୍‌ ୟୁନିଟିର ଉଚ୍ଚତା ହେଉଛି ୨ଗୁଣ। ୟେଦୁରେପ୍ପାଙ୍କ ଜନ୍ମଦିନରେ ଆରମ୍ଭ କରାଯାଇଥିବା ଅଭିଯାନରେ ସମସ୍ତ ଚାଷୀ ଏକତ୍ର ହୁଅନ୍ତୁ ବୋଲି ମୋଦି କହିଥିଲେ।

ମୋଦି କହିଥିଲେ, ଦେଶର ଜନତାଙ୍କୁ ଯେତେବେଳେ ସୁଯୋଗ ମିଳିଛି, ସେମାନେ କଂଗ୍ରେସକୁ ବାହାର କରିଛନ୍ତି। ଦେଶର ଜନତା ଜାଣିପାରିଛନ୍ତି ଯେ, ସମସ୍ୟାର କାରଣ କଂଗ୍ରେସ କଲଚ୍‌ର। ସେ କହିଛନ୍ତି ଆମର ପ୍ରତ୍ୟେକ ଯୋଜନା କେନ୍ଦ୍ରରେ ଚାଷୀଙ୍କ ମଙ୍ଗଳ ଓ ବିକାଶ ପାଇଁ ପ୍ରସ୍ତୁତ ହୋଇଛି। କିଛି ଲୋକଙ୍କ ମତ ଯେ କର୍ଣ୍ଣାଟକରେ ସିଦ୍ଧରମିୟାଙ୍କ ସରକାର ଚାଲିଛି। କିନ୍ତୁ ଅଧିକାଂଶଙ୍କ ମତ ହେଉଛି, ଏଠାରେ ଟଙ୍କାର ସରକାର ଚାଲିଛି।

ସମ୍ବନ୍ଧିତ ଖବର