ଭୁବନେଶ୍ୱର: ବିଦାୟୀ ବିଧାନସଭାର ସଭ୍ୟ ଥିବା ୨୪ ଜଣଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି। ଆଜି ଶେଷ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ମତଦାନରେ ଏହି ବିଧାୟକମାନଙ୍କର ଭାଗ୍ୟ ଇଭିଏମରେ କଏଦ ହୋଇଛି।
ସେମାନେ ହେଲେ ପ୍ରମିଳା ମଲ୍ଲିକ (ବିଂଝାରପୁର),ଅମର ଶତପଥୀ (ବଡ଼ଚଣା),ପ୍ରଣବ ବଳବନ୍ତରାୟ (ଧର୍ମଶାଳା),ପ୍ରଣବ ପ୍ରକାଶ ଦାସ (ଯାଜପୁର),ପ୍ରୀତିରଂଜନ ଘଡ଼େଇ (ସୁକିନ୍ଦା),ସୁଦାମ ମାରାଣ୍ଡି (ବାଙ୍ଗିରୀପୋଷୀ),ଅଶ୍ୱିନୀ ପାତ୍ର (ଜଳେଶ୍ୱର),ନିତ୍ୟାନନ୍ଦ ସାହୁ (ବସ୍ତା),ଜୀବନପ୍ରଦୀପ ଦାଶ(ବାଲେଶ୍ୱର),ପର୍ଶୁରାମ ଧଡ଼ା (ସୋର),ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ସିମୁଳିଆ),ବ୍ୟୋମକେଶ ରାୟ (ଚାନ୍ଦବାଲି),ଅତନୁ ସବ୍ୟସାଚୀ ନାୟକ(ମହାକାଳପଡ଼ା),ରାଜଶ୍ରୀ ମଲ୍ଲିକ (ତିର୍ତ୍ତୋଲ),ପ୍ରମୋଦ ମଲ୍ଲିକ (ନିଆଳି),ପ୍ରଶାନ୍ତ ମୁଦୁଲି (ବାଲିଗୁଡା-ଏରସମା),ସମୀର ରଂଜନ ଦାଶ (ନିମାପଡ଼ା),ଦାମୋଦର ରାଉତ (ପାରାଦୀପ),ଗୋବିନ୍ଦ ଚନ୍ଦ୍ର ଦାସ (ରେମୁଣା),ସୁକାନ୍ତ ନାୟକ (ନୀଳଗିରି),ପ୍ରକାଶ ବେହେରା (ସାଲେପୁର),ଦେବେନ୍ଦ୍ର ଶର୍ମା (ଆଳି),ଅଂଶୁମାନ ମହାନ୍ତି (ରାଜନଗର) ଏବଂ ଚିରଞ୍ଜୀବ ବିଶ୍ୱାଳ (ଜଗତସିଂହପୁର)।
odishaassembly.nic.inଏମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବିଧାୟକ ରୂପେ ନିର୍ବାଚିତ ହୋଇଥିବା ଡାକ୍ତର ରାଜଶ୍ରୀ ମଲ୍ଲିକ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ୱିିତା କରିଛନ୍ତି। ପ୍ରଶାନ୍ତ ମୁଦୁଲି ଏଥର ବାଲିକୁଦା-ଏରସମା ପରିବର୍ତ୍ତେ ଜଗତସିଂହପୁର ବିଧାନସଭା ଆସନରୁ ଲଢିଛନ୍ତି।
ଅନ୍ୟପକ୍ଷରେ ଗତଥର ବିଜୁ ଜନତା ଦଳ ଟିକେଟରେ ପାରାଦୀପ ଆସନରୁ ଜିତିଥିବା ଡ଼ାକ୍ତର ଦାମୋଦର ରାଉତ ଏଥର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଛନ୍ତି। ସେହିପରି ନୀଳଗିରି ବିଧାୟକ ଥିବା ସୁକାନ୍ତ ନାୟକ ଏବଂ ସାଲେପୁର ବିଧାୟକ ଥିବା ପ୍ରକାଶ ବେହେରା ଭାରତୀୟ ଜନତା ପାର୍ଟି ଟିକେଟରେ ଲଢିଛନ୍ତି।
କଂଗ୍ରେସର ଅନ୍ୟ ୩ ଜଣ ବିଧାୟକ ଚିରଞ୍ଜୀବ ବିଶ୍ୱାଳ,ଦେବେନ୍ଦ୍ର ଶର୍ମା ଏବଂ ଅଂଶୁମାନ ମହାନ୍ତି ନିଜ ନିଜ ପୂର୍ବ ଆସନ ଜଗତସିଂହପୁର,ଆଳି ଓ ରାଜନଗରରୁ ପୁଣି ଏଥର ପ୍ରତିଦ୍ୱନ୍ଦିତା କରିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ବାସୁଦେବପୁର ବିଧାୟକ ବିଜୟଶ୍ରୀ ରାଉତରାୟ ନିଜେ ନିର୍ବାଚନ ନ ଲଢି ତାଙ୍କ ପୁତ୍ର ବିଷ୍ଣୁବ୍ରତଙ୍କୁ ଦଳୀୟ ପ୍ରାର୍ଥୀ କରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/24-MLAs-Luck_Thumbnail.jpg)