ଇଭିଏମରେ ବନ୍ଦ ହେଲା ନବୀନ ସରକାରର ଏହି ତିନ ମନ୍ତ୍ରୀଙ୍କ ଭାଗ୍ୟ

ଭୁବନେଶ୍ବର:  ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଇଭିଏମରେ ବନ୍ଦ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ।  ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଭିୱେଟ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ନିର୍ବାଚନ ମହାସମରର ପ୍ରଥମ ଅଧ୍ୟାୟରେ ନବୀନ ସରକାରଙ୍କ ୩ ମନ୍ତ୍ରୀ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିବାକୁ ମୈଦାନକୁ ଓହ୍ଲାଇଛନ୍ତି ।  ଦିଗପହଣ୍ଡି ବିଧାନସଭା ଆସନରୁ ହେଭିୱେଟ ନେତା ସୂର୍ଯ୍ୟ ନାରାୟଣ ପାତ୍ର, ଚିକିଟିରୁ ଉଷା ଦେବୀ ଓ ନବରଙ୍ଗପୁର ଲୋକସଭା ଆସନରୁ ରମେଶ ମାଝୀ ମୈଦାନକୁ ଓହ୍ଲାଇଛନ୍ତି । ଆସନ୍ତୁ ଏହି ନେତାଙ୍କ ସଂପର୍କରେ ଜାଣିବା।

ସୂର୍ଯ୍ୟନାରାୟଣ ପାତ୍ର
– ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ
– ଦକ୍ଷିଣ ଓଡିଶାର ହେଭିୱେଟ୍ ନେତା
– ୧୯୯୦ରୁ ଲଗାତର ବିଧାୟକ ରହିଛନ୍ତି
– ମୋହନାରୁ ୪ଥର ଏବଂ ଦିଗପହଣ୍ଡିରୁ ୨ ଥର ବିଧାୟକ
– ରାଜସ୍ୱ, ସମବାୟ, ଯୋଗାଣ ମନ୍ତ୍ରୀ ରହିଛନ୍ତି। ବିଜେପିର ପିଙ୍କି ପ୍ରଧାନ ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ।

ଉଷା ଦେବୀ
– ୫ ଥର ବିଧାୟିକା ଏବଂ ମନ୍ତ୍ରୀ
– ୨୦୦୦ ମସିହାରୁ ଲଗାତର ୪ ଥର ବିଧାୟିକା
– ୧୯୯୦ରେ ଜନତା ଦଳରୁ ବିଧାୟିକା ଥିଲେ
– ଯୋଜନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ରହିଛନ୍ତି

 ରମେଶ ଚନ୍ଦ୍ର ମାଝୀ
– ପ୍ରଥମ ଥର ପାଇଁ ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି
– ଦିଲ୍ଲୀ ଲଢେଇ ପାଇଁ ବିଜେଡିର ସାଂସଦ ପ୍ରାର୍ଥୀ
– ଡାବୁଗାଁରୁ ଥରେ ଓ ଝରିଗାଁରୁ ୨ଥର ବିଧାୟକ ନିର୍ବାଚିତ
– ବିଜେଡି ସରକାରରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ରହିଛନ୍ତି।

ଏହି ୩ ମନ୍ତ୍ରୀ ଏବେ ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇଛନ୍ତି । ଜଣେ ବିଜେଡିର ଦିଲ୍ଲୀ ଲଢେଇ ପାଇଁ ସିପାହୀ ସାଜିଥିବା ବେଳେ ଅନ୍ୟ ଦୁଇଜଣ ବିଧାୟକ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ତେଣୁ ଏହି ୩ ନେତା ପୁଣିଥରେ ଭୋଟରଙ୍କ ଭରସା ଜିତିବାରେ ସକ୍ଷମ ହେଉଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା ।

ସମ୍ବନ୍ଧିତ ଖବର