ଆପଣଙ୍କୁ ୧୮ ହୋଇଛି କି ? ଏହି ନମ୍ବର ଏବଂ ଆପ୍ ସାହାଯ୍ୟରେ ଆପଣଙ୍କ ନାଁ ଭୋଟର୍ ତାଲିକାରେ ଅଛି କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ: ଚଳିତ ବର୍ଷ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟୟରେ ୧୧ ଏପ୍ରିଲରୁ ଆରମ୍ଭ ହୋଇ ୧୯ ମେ ୨୦୧୯ ପର୍ଯ୍ୟନ୍ତ ଚାଲିବ । ଯଦି ଆପଣଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ୍ୱ, ତେବେ  ମତଦାନ କରିବା ଆପଣଙ୍କ ଅଧିକାର ଓ କର୍ତ୍ତବ୍ୟ ମଧ୍ୟ । କିନ୍ତୁ ଭୋଟ୍ ଦେବା ପାଇଁ ଆପଣଙ୍କ ନାଁ ଭୋଟର ଲିଷ୍ଟରେ ମଧ୍ୟ ରହିବା ଜରୁରୀ ଅଟେ । ଏଭଳି ସ୍ଥିତିରେ ଯଦି ଆପଣ ମଧ୍ୟ ଆପଣଙ୍କ ନାଁ ଭୋଟର ଲିଷ୍ଟରେ ଅଛି କି ନାହିଁ ଜାଣିବାକୁ ଚାହୁଁଛନ୍ତି ତେବେ Electoralsearch ୱେବସାଇଟ୍ ଏବଂ ଭୋଟର୍ ହେଲ୍ପଲାଇନ୍ ଆପରେ ଏସଏମଏସ୍ ଜରିଆରେ ମଧ୍ୟ ଜାଣିପାରିବେ ।

ଏସଏମଏସ୍ ପାଇଁ EPIC<space> Voter ID card number ସହ ୭୭୩୮୨୯୯୮୯୯ ନମ୍ବରରେ ପଠାଇଦିଅନ୍ତୁ । ଭୋଟର ଲିଷ୍ଟରେ ନିଜର ନାଁ ଚେକ୍ କରିବା ପାଇଁ ନିଜର ଭୋଟର କାର୍ଡ ନମ୍ବର ଦେବାକୁ ପଡ଼ିବ । କେବଳ ଏତିକି ନୁହେଁ, ଏହି ଆପ୍ ଜରିଆରେ ଆପଣ ନୂତନ ଭୋଟର କାର୍ଡ ପାଇଁ ଆବେଦନ ମଧ୍ୟ କରିପାରିବେ । ଏହାଛଡା ଯଦି କାର୍ଡରେ ସଂଶୋଧନ ଆଣିବାକୁ ଚାହୁଁଛନ୍ତି ତେବେ ଏହି ଆପ୍ ଆପଣଙ୍କୁ ସହାୟତା କରିବ । ଯଦି ଆପଣ ଭୋଟର କାର୍ଡ ପାଇଁ ଆବେଦନ କରିଛନ୍ତିି ତେବେ ଏହି ଆପ୍ ମାଧ୍ୟମରେ ଷ୍ଟାଟସ୍ ମଧ୍ୟ ଜାଣିପାରିବେ। ଏହି ଆପରେ ଭୋଟର ନିଜର ନିର୍ବାଚନ ଅଫିସର ତଥା ବୁଥ୍ ଲେବଲ୍ ଅଫିସରଙ୍କ ନାଁ ମଧ୍ୟ ଜାଣିପାରିବେ । କେବଳ ଏତିକି ନୁହେଁ, ଏହି ଆପର ସହାୟତାରେ ଭୋଟର ଘରେ ବସି ବିଧାନସଭା ତଥା ସଂସଦୀୟ ନିର୍ବାଚନ କ୍ଷେତ୍ର ବିଷୟରେ ଜାଣିପାରିବେ ।

ସମ୍ବନ୍ଧିତ ଖବର