ସମ୍ବିଧାନର ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପରାଜୟକୁ ପ୍ରଥମ ସାଧାରଣ ନିର୍ବାଚନର ସବୁଠୁ ବଡ଼ ବିପର୍ଯ୍ୟୟ ବୋଲି ଧରାଯାଏ। ଦେଶର ଏହି ପ୍ରଥମ ଆଇନମନ୍ତ୍ରୀ ବମ୍ବେ ଉତ୍ତର-କେନ୍ଦ୍ର ସଂରକ୍ଷିତ ଆସନରୁ ଅନୁସୂଚିତ ଜାତି ମହାସଂଘ ପ୍ରାର୍ଥୀ ଭାବେ ଲଢ଼ି ୧,୨୩,୫୭୬ ଖଣ୍ଡ ଭୋଟ ପାଇ ହାରିଯାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନାରାୟଣ କାଜ୍ରୋଲକର ୧,୩୮,୧୩୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତେବେ ଆମ୍ବେଦକର ରାଜ୍ୟସଭା ସଦସ୍ୟ ଭାବେ ସାଂସଦ ହୋଇପାରିଥିଲେ। ସେ ୧୯୫୪ରେ ସଂସଦର ନିମ୍ନ ସଦନକୁ ଯିବାପାଇଁ ଉଦ୍ୟମ କରି ପୁଣିଥରେ ବିଫଳ ହେଲେ। ଭଣ୍ଡାରା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ସେ ସେଥର କଂଗ୍ରେସ ପ୍ରାର୍ଥୀ ଶ୍ରୀ ବୋକାରାଙ୍କ ଦ୍ବାରା ପରାଜିତ ହୋଇଥିଲେ।
ପ୍ରଥମ ସାଧାରଣ ନିର୍ବାଚନର ଆଉ ଏକ ବଡ଼ ବିପର୍ଯ୍ୟୟ ହେଲା, ସମାଜବାଦୀ ନେତା ଆଚାର୍ଯ୍ୟ ଜେ.ବି.କ୍ରିପାଲାନୀଙ୍କ ପରାଜୟ। ସେ କିଷାନ ମଜଦୁର ପ୍ରଜା ପାର୍ଟି ସଦସ୍ୟ ଭାବେ ଲଢ଼ି କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ। ତେବେ ଆଶ୍ବାସନାର ବିଷୟ ହେଲା, ତାଙ୍କ ପତ୍ନୀ ସୁଚେତା କ୍ରିପାଲାନୀ ଦିଲ୍ଲୀରେ କଂଗ୍ରେସ ପ୍ରାର୍ଥୀ ମନମୋହିନୀ ସେହଗାଲଙ୍କୁ ପରାଜିତ କରି ଲୋକସଭା ସାଂସଦ ହୋଇଥିଲେ। ସୂଚନାଯୋଗ୍ୟ, ଆଚାର୍ଯ୍ୟ କ୍ରିପାଲାନୀଙ୍କ କିଷାନ ମଜଦୁର ପ୍ରଜା ପାର୍ଟିର ପରବର୍ତ୍ତୀ ସମୟରେ ସୋସାଲିଷ୍ଟ ପାର୍ଟି ସହ ମିଶ୍ରଣ ହେଲା। ପ୍ରଜା ସୋସାଲିଷ୍ଟ ପାର୍ଟି ବ୍ୟାନରରେ ଦୁଇ ଦଳ ଏକାଠି ନିର୍ବାଚନ ଲଢ଼ିଥିଲା।
/sambad/media/post_attachments/wp-content/uploads/2019/03/mar-a-300x207.jpg)
୧୯୫୧-୫୨ ନିର୍ବାଚନ ଫଳାଫଳ
ଦଳ ଭୋଟ୍ ହାର ଆସନ
ଅଖିଳ ଭାରତୀୟ ହିନ୍ଦୁ ମହାସଭା ୦.୯୫ ୪
ଅଖିଳ ଭାରତୀୟ ରାମରାଜ୍ୟ ପରିଷଦ ୧.୯୭ ୩
ଭାରତୀୟ ଜନସଂଘ ୩.୦୬ ୩
ସାନ୍ତାଳ ପ୍ରଗଣା ଜନତା ପାର୍ଟି ୦.୨୨ ୧
କମନୱିଲ୍ ପାର୍ଟି ୦.୩୧ ୩
ସିପିଆଇ ୩.୨୯ ୧୬
ଫର୍ୱାର୍ଡ ବ୍ଲକ (ମାର୍କ୍ସବାଦୀ) ୦.୯୧ ୧
ଗଣତନ୍ତ୍ର ପରିଷଦ ୦.୯୧ ୬
ସ୍ବାଧୀନ ୧୫.୯ ୩୭
କଂଗ୍ରେସ ୪୪.୯୯ ୩୬୪
ଝାଡ଼ଖଣ୍ଡ ପାର୍ଟି ୦.୭୧ ୩
କିଷାନ ମଜ୍ଦୁର ପ୍ରଜା ପାର୍ଟି ୫.୭୯ ୯
କୃଷକର ଲୋକ ପାର୍ଟି ୧.୪୧ ୧
ଲୋକ ସେବକ ସଂଘ ୦.୨୯ ୨
ମାଡ୍ରାସ ଷ୍ଟେଟ୍ ମୁଲ୍ଲିଗ୍ ପାର୍ଟି ୦.୦୮ ୧
ୱାର୍କର୍ସ ପାର୍ଟି ଅଫ୍ ଇଣ୍ଡିଆ ୦.୯୪ ୨
ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ୧.୨୯ ୭
ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି ୦.୪୪ ୩
ଏସ୍ସି ଫେଡେରେସନ୍ ୨.୩୮ ୨
ଶିରୋମଣି ଅକାଳି ଦଳ ୦.୯୯ ୪
ସୋସିଆଲିଷ୍ଟ ପାର୍ଟି ୧୦.୫୯ ୧୨
ତାମିଲନାଡୁ ଟୋଏଲର୍ସ ପାର୍ଟି ୦.୮୪ ୪
ସମୁଦାୟ ୧୦୦ ୪୮୯