ଭୁବନେଶ୍ୱର: ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ବୋଲି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Advertisment

ଆଜି ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ପରେ ଗଞ୍ଜାମ ଓ ଗଜପତି ଜିଲ୍ଲାରୁ ବହୁ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଦଳ ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ ସେମାନଙ୍କୁ କରିଥିଲେ। ଏଥିସହ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ସମର୍ଥକମାନେ ନବୀନଙ୍କୁ ଭେଟି ତାଙ୍କୁ ଟିକେଟ ଦେବା ଲାଗି ଅନୁରୋଧ ଜଣାଇଛନ୍ତି।

ଏହି ସମୟରେ ଦଳର ପ୍ରାର୍ଥୀ ତାଳିକା କେବେ ପ୍ରକାଶ ପାଇବ ବୋଲି ସମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ ‘‘ଖୁବ୍‌ ଶୀଘ୍ର’’ ବୋଲି ପ୍ରକାଶ କରିଥିଲେ।