ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲଙ୍କଠାରୁ ଯୋଗ୍ୟା ମାୟାବତୀ: ବିଏସ୍‌ପି ନେତା

ନୂଆଦିଲ୍ଲୀ: ଆଗାମୀ ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବୀଦାରିତାକୁ ନେଇ ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ବିଏସ୍‌ପିର ଜଣେ ନେତା କହିଛନ୍ତି କି ରାହୁଲଙ୍କଠାରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମାୟାବତୀ ବେଶି ଯୋଗ୍ୟା। ବିପକ୍ଷ ଦଳର ନେତାମାନେ ତାଙ୍କୁ ପ୍ରଦାନମନ୍ତ୍ରୀ ଭାବେ ଦେଖିବାକୁ ଆଦୌ ଚାହୁଁନାହାନ୍ତି।

ବିଏସ୍‌ପି ପ୍ରବକ୍ତା ସୁଧିନ୍ଦ୍ର ଭଦୋରିଆ କହିଛନ୍ତି କି , ‘ମାୟାବତୀଙ୍କର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଅଭିଜ୍ଞତା ରହିଛି। ଥରେ ନୁହେଁ, ମାୟାବତୀ ଚାରି ଥର ଧରି ୟୁପିର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଏହି କାରଣରୁ ରାହୁଲଙ୍କ ତୁଳନାରେ ଅଧିକ ଲୋକ ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି।’ ଜଣାଇ ଯେଉଛୁ କି ୨୦୧୪ର ଲୋକସଭା ନିର୍ବାଚନରେ ବିଏସ୍‌ପି ଗୋଟିଏ ବି ସିଟ୍‌ ଜିତିପାରିନଥିଲା।

ଅନ୍ୟପକ୍ଷରେ, ବିଏସ୍‌ପି ସହ କଂଗ୍ରେସ ହାତ ମିଳାଇ ବିଜେପିକୁ ହରାଇବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ସ୍ୱପ୍ନ ଦେଖିଥିବା ବେଳେ ବିଏସ୍‌ପିର ପ୍ରବକ୍ତା ଏପରି ମତ ରଖିଛନ୍ତି। କଂଗ୍ରେସକୁ ଛାଡ଼ି ବିଏସ୍‌ପି ଅନ୍ୟ ଏକ ଦଳରେ ହାତ ମିଳାଉଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର