ରାଉରକେଲା: ବିଧାୟକ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ବିଦେଶ ଗସ୍ତରେ ଥିଲେ। ଗସ୍ତର ମାସେ ପରେ ବୁଧବାର ପ୍ରଥମ ଥର ପାଇଁ ରାଉରକେଲାରେ ପହଞ୍ଚଛନ୍ତି। ଏକ ସ୍ୱତନ୍ତ୍ର ବିମାନରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ରାଉରକେଲା ଏୟାର ପୋର୍ଟରେ ପହଂଚିଥିଲେ। ସୂଚନାଯୋଗ୍ୟ ନଭେମ୍ବର ୩୦ରେ ଦିଲ୍ଲୀପ ରାୟ ନିଜର ଇସ୍ତଫା ପତ୍ର ବାଚସ୍ପତିକୁ ଦେଇଥିଲେ।

Advertisment

ବିମାନବନ୍ଦରରେ ପହଞ୍ଚିବା ପରେ ସମର୍ଥକମାନେ ଦିଲ୍ଲୀପଙ୍କୁ ଭବ୍ୟ ସ୍ୱାଗତ ଜଣାଇ ଥିଲେ। ଦିଲ୍ଲୀପଙ୍କୁ ସ୍ୱାଗତ ଜଣାଇବା ପାଇଁ ପ୍ରବଳ ଠେଲା ପେଲା ମଧ୍ୟ ଦେଖିବାକୁ ମିଳିଥିଲା। ପରେ ଏକ ଶୋଭାଯାତ୍ରାରେ ସମର୍ଥକମାନେ ଦିଲ୍ଲୀପଙ୍କୁ ସହର ଭିତରକୁ ନେଇ ଯାଇଥିଲେ। ବ୍ରାହ୍ମଣୀ ନଦୀରେ ଦ୍ୱିିତୀୟ ସେତୁ ର୍ନିମାଣ ଏବଂ ରାଉରକେଲା ମେଡିକାଲ କଲେଜକୁ ସୁପରସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବା ନେଇ ତାଙ୍କ ସଂଘର୍ଷ ଜାରି ରହିବ।

publive-image

ନିଜର ରାଜନୈତିକ ନିଷ୍ପତ୍ତି ସମ୍ପର୍କରେ ମତ ରଖି ଦିଲ୍ଲୀପ ରାୟ କହିଛନ୍ତି, ସେ କେଉଁ ଦଳକୁ ଯିବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ରାଉରକେଲାର ବିକାଶ ପାଇଁ ତାଙ୍କର ସଂଘର୍ଷ ଜାରି ରହିବ। କୌଣସି ରାଜନୈତିକ ନିଷ୍ପତ୍ତି ସମ୍ପର୍କରେ ସେ ଆଗାମୀ ଦିନରେ ଜଣାଇବେ ବୋଲି କହିଛନ୍ତି।