ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି; ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଘରକୁ ଫେରିବେ : ଏମ୍ସ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି । ଗତ ୪୮ ଘଣ୍ଟାର ଚିକିତ୍ସା ଭିତରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି। ଆଉ କିଛି ଦିନ ଭିତରେ ସେ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ହୋଇଯିବେ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି । ଏବେ ତାଙ୍କର କିଡନି ଠିକ ଭାବେ କାର୍ଯ୍ୟକରୁଛି ଏବଂ ପରିସ୍ରା ସମସ୍ୟା ମଧ୍ୟ ଦୂର ହୋଇଛି ବୋଲି ପରେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲରିଆ କହିଛନ୍ତି। ଜୁନ ୧୧ ତାରିଖରେ ରୁଟିନ ଚେକ୍ଅପ ପାଇଁ ବାଜପେୟୀଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା । ତାଙ୍କ ମୁତ୍ରାଶୟରେ ସଂକ୍ରମଣ ହୋଇଥିବା ଜଣାପଡିବା ପରେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲରିଆଙ୍କ ତତ୍ୱାବଧାନରେ ବାଜପେୟୀଙ୍କ ଚିକିତ୍ସା ଚାଲିଛି । ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରଙ୍କ ଏକ ଟିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ତେବେ କିଡନି ସମସ୍ୟା ହେତୁ ଡାଏଲିସିସ କରିଯିବା ପରେ ବାଜପେୟୀଙ୍କ ସ୍ୱସ୍ଥ୍ୟାବସ୍ଥାରେ କ୍ରମାଗତ ସୁଧାର ଆସୁଥିବା ସୂଚନା ମିଳିଛି । ତେଣୁ ସେ ଖୁବ୍ ଶୀଘ୍ର ସେ ଘରକୁ ଫେରିବେ ବୋଲି ସୂଚନା ମିଳିଛି ।

Deccan Chronicle

ଉଲ୍ଲେଖଯୋଗ୍ୟ କି, ଗତକାଲି ତାଙ୍କ ଚିକିତ୍ସା ଚାଲୁଥିବା କାରଣରୁ ହସପିଟାଲରୁ ଡିସଚାର୍ଜ କରାଯାଇ ନଥିଲା । ତାଙ୍କ ସଂକ୍ରମଣ ଭଲ ହେବା ଯାଏଁ ସେ ହସପିଟାଲରେ ରହିବେ ବୋଲି ଏମ୍ସ ପକ୍ଷରୁ ଜାରି ହେଲଥ ବୁଲେଟିନରେ କୁହାଯାଇଥିଲା । ସୋମବାର ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡାଏଲିସିସି ହୋଇଛି । ଡାକ୍ତର ଗୁଲେରିଆ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବାଜପେୟୀଙ୍କ ଚିକିତ୍ସା କରୁଛନ୍ତି ।

ସେପଟେ ଅଟଳ ବିହାରୀ ବାଜପେୟୀଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଛି । ୟୁପିର ମୁରାଦାବାଦରେ ଲୋକେ ଯଜ୍ଞ କରିଛନ୍ତି । ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାହୁଲ ଗାନ୍ଧି, ଅମିତ ଶାହ ଓ ବରିଷ୍ଠ ନେତା ବାଜେପୟୀଙ୍କୁ ଦେଖିବାକୁ ଏମ୍ସ ଯାଇଥିଲେ ।

ସମ୍ବନ୍ଧିତ ଖବର