ଆସନ୍ତାକାଲି ଓଡ଼ିଶା ଆସବେ ନିତିନ ଗଡ଼କରି ଓ ରାହୁଲ ଗାନ୍ଧି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାକୁ ଜାତୀୟ ରାଜନୈତିକ ଦଳର ନେତାମାନଙ୍କ ସୁଅ ଛୁଟୁଛି। ବିଜେପିର ବରିଷ୍ଠ ନେତା ନିତିନ ଗଡ଼କରି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଓଡ଼ିଶା ଆସୁଛନ୍ତି। ଦୁଇ ଦିନ ତଳେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁରୀ ଗସ୍ତ କରିଛନ୍ତି। ଶାହା ପୁଣି ଥରେ ଫେବ୍ରୁଆରି ୧୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି।

ଶାହାଙ୍କ ପରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ବୁଧବାର ଓଡ଼ିଶା ଗସ୍ତସରେ ଆସୁଛନ୍ତି। ଗଡ଼କରି ତାଙ୍କର ଗସ୍ତ କାଳରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଏବଂ ପାରଦୀପରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଦଳୀୟ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ବୁଧବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାହୁଲ ଏଥର ତାଙ୍କର ଗସ୍ତ କାଳ ପାଇଁ ପଶ୍ଚିମ ଓଡ଼ିଶାକୁ ବାଛିଛନ୍ତି। କଳାହାଣ୍ଡିର ଭବାନୀପାଟଣା ଏବଂ ରାଉରକେଲା ଠାରେ ରାହୁଲଙ୍କ ସମାବେଶ ହେଉଛି। ଦୀର୍ଘ ୯ ବର୍ଷ ପରେ ରାହୁଲଙ୍କ ପଶ୍ଚିମ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତତ୍ପରତା ଦେଖାଯାଇଛି। ସୂଚନାଯୋଗ୍ୟ ରାହୁଲ ଗାନ୍ଧି ଖୋର୍ଦ୍ଧା ଜିଲ୍ଲାର ତମୋଣ୍ଡୋ ଠାରେ ଗତ ଜାନୁଆରି ୨୫ରେ ଦଳ ପକ୍ଷରୁ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ଥିଲେ।

ସମ୍ବନ୍ଧିତ ଖବର