ଇରାନୀଙ୍କ ବିସ୍ଫୋରକ ବୟାନ: ରାହୁଲ ହେଉଛନ୍ତି କଂଗ୍ରେସ ଦଳ ପାଇଁ ସବୁଠାରୁ ବଡ଼ ବାଧା

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ଏକ ବିସ୍ଫୋରକ ବୟାନ ଦେଇ ଗାନ୍ଧୀ ପରିବାର ଓ ଭଦ୍ରା ପରିବାର ଉପରେ ଆକ୍ଷେପ ଲଗାଇଛନ୍ତି। ସେ କହିଛନ୍ତି କି ଗାନ୍ଧୀ ଏବଂ ଭଦ୍ରା ହେଉଛନ୍ତି ‘ଭ୍ରଷ୍ଟାଚାରର ଏକ ପାରିବାରିକ ପ୍ୟାକେଜ୍‌’। ସ୍ମୃତି ଇରାନୀ ଆହୁରି ବି କହିଛନ୍ତି ଯେ ରାହୁଲ ଗାନ୍ଧୀ ଓ ଏଚ୍‌ ଏଲ୍‌ ପହଓ୍ଵାନଙ୍କ ଭିତରେ ହୋଇଥିବା ଅର୍ଥ କାରବାର ଏବେ ସାର୍ବଜନୀନ । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ସ୍ମୃତି ଇରାନୀ।

ଇରାନୀ କହିଥିବା ଆଉ ଏକ କଥା ମଧ୍ୟ ଏବେ ବେଶ୍‌ ଚର୍ଚ୍ଚା ପାଲଟିଛି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଓ ଅସ୍ତ୍ର ଦଲାଲ୍ ସଞ୍ଜୟ ଭଣ୍ଡାରୀଙ୍କ ଭିତରେ ଘନିଷ୍ଠ ସଂପର୍କ ରହିଛି। ରାହୁଲ ଗାନ୍ଧୀଙ୍କୁ ସେ କଂଗ୍ରେସ ଦଳର ସବୁଠାରୁ ବଡ଼ ବାଧା ବୋଲି କହିଛନ୍ତି। ରାହୁଲ ହେଉଛନ୍ତି ଭ୍ରଷ୍ଟାଚାରର ପ୍ରକୃତ ମୁହଁ। ଏକ ସମ୍ବାଦିକ ସମ୍ମିଳନୀ ଡକାଇ ରାହୁଲ ତାଙ୍କର ସଞ୍ଜୟ ଭଣ୍ଡାରୀଙ୍କ ସହ ଥିବା ସଂପର୍କକୁ ଖୋଲାଖୋଲି ଭାବେ କୁହନ୍ତୁ ବୋଲି ସ୍ମୃତି କହିଛନ୍ତି।

କଂଗ୍ରେସକୁ ଅକ୍ଷେପ କରି ସ୍ମୃତି ଆହୁରି ବି କହିଛନ୍ତି ଯେ ଗତ ୭୦ ବର୍ଷ ଭିତରେ କଂଗ୍ରେସ ଦେଶକୁ ଖାଲି ଭ୍ରଷ୍ଟାଚାର ହିଁ ଦେଇଛି। ଗାନ୍ଧୀ ଏବଂ ଭଦ୍ରା ପରିବାର ଏ ଦେଶକୁ ଶୋଷଣ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର