ପାଣାଜି: ଗୋଆର ଦଶ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେବାର ଦିନକ ପରେ ରାଜ୍ୟରେ ରାଜନୈତିକ ସଂକଟ ଉପୁଜିଛି। ଏ ନେଇ ବିଧାନସଭା ବାଚସ୍ପତି ରାଜେଶ ପାଟ୍ନେକର ନିଜର ମୁହଁ ଖୋଲିଛନ୍ତି। ସେ କହିଛନ୍ତି କି ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ମୌସୁମୀ ଅଧିବେଶନକୁ ପ୍ରଭାବିତ କରିବ ନାହିଁ।
ଗୋଆରେ ମୌସୁମୀ ଅଧିବେଶନ ଆସନ୍ତା ସୋମବାର ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି। ବିଧାୟକମାନେ ଦଳ ଛାଡ଼ିବା ପରେ ପାଟ୍ନେକର ଗଣମାଧ୍ୟମରେ ଏପରି ମତ ରଖିଛନ୍ତି।
ସେ କହିଛନ୍ତି କି ‘ଯଦିଓ ନୂଆ ମନ୍ତ୍ରୀମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି ବିଧାନସଭା ତା’ର ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଚାଲିବ।’
ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା କରିବ ବୋଲି ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଗୋଆରେ ସମୁଦାୟ ୪୦ଟି ବିଧାନସଭା ଆସନ ରହିଥିବା ବେଳେ କଂଗ୍ରେସର ୧୦ ଜଣ ବିଧାୟକ ଦଳ ଛାଡ଼ିବା ପରେ ବିଜେପିର ସଂଖ୍ୟା ୨୭ରେ ପହଞ୍ଚିବା ବେଳେ କଂଗ୍ରେସରେ ୫ ଜଣ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Goa-Speaker-Rajesh-Patnekar.jpg)