ଅବମଦାବାଦ: ଗୁଜରାଟରେ ପଟିଦାରଙ୍କ ସଂରକ୍ଷଣ ଆଶାରେ କଂଗ୍ରେସ ସହ ହାତ ମିଳାଇଥିବା ପଟିଦାର ଅନାମତ ଆନ୍ଦୋଳନ ସମିତି(ପାସ୍) ନେତା ହାର୍ଦ୍ଦିକ ପଟେଲଙ୍କୁ କଂଗ୍ରେସକୁ ତିନିଟି ପ୍ରସ୍ତାବ ଦେଇଥିବା ବେଳେ ବିଜେପି ଏହି ମାମଲାରେ ମୁହଁ ଖୋଲୁନାହିଁ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଟିଦାରଙ୍କ ସଂରକ୍ଷଣ ପ୍ରସଙ୍ଗକୁ ସଂପୂର୍ଣ୍ଣ ଅଣଦେଖା କରି କେବଳ ବିକାଶ ପ୍ରତି ଧ୍ୟାନ ଦେବାକୁ କହିବା ପରେ ରାଜ୍ୟ ନେତାମାନେ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି। ଏଭଳି ସ୍ଥିତି ପଟିଦାର ସଂପ୍ରଦାୟରେ ବିଜେପି ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଜେପିକୁ ହରାଇବା ପାଇଁ ସଂପ୍ରଦାୟର ବହୁ ନେତା ସଂକଳ୍ପ ନେଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ସେମାନେ ବିଜେପିର ପ୍ରଚାର ଅଭିଯାନକୁ ବିରୋଧ କରିଛନତି। ବୁଧବାର ବିଳମ୍ବିତ ରାତିରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ପଟିଦାର ନେତାଙ୍କ ସହ ଆଲୋଚନା ସାରି ଶିକ୍ଷାନୁଷ୍ଠାନ ଏବଂ ଚାକିରି କ୍ଷେତ୍ରରେ ପଟିଦାରଙ୍କ ପାଇଁ କିପରି ସ୍ଥାନ ସଂରକ୍ଷଣ କରିହେବ, ସେ ସଂକ୍ରାନ୍ତ ଏହି ପ୍ରସ୍ତାବ ସମ୍ପର୍କରେ ପାସ୍ ଆବାହକ ଦିନେଶ ବ୍ରହ୍ମାନିଆଙ୍କୁ ଅବଗତ କରାଇଛନ୍ତି। ଅପରପକ୍ଷେ,ଏହି ସବୁ ପ୍ରସ୍ତାବର ରୂପରେଖ ସମ୍ପର୍କରେ ବର୍ତ୍ତମାନ କିଛି ପ୍ରଘଟ କରିବାକୁ ଦିନେଶ ମନା କରିଛନ୍ତି। ତେବେ ବର୍ତ୍ତମାନ ରାଜ୍ୟରେ ଏସ୍ସିି, ଏସ୍ଟି ଏବଂ ଓବିଙ୍କ ପାଇଁ ଜାରି ରହିଥିବା ୪୯ ପ୍ରତିଶତ ସଂରକ୍ଷଣ ବାହାରେ ତାହା ରହିବ ବୋଲି ସେ ସୂଚନା ଦେଇଛନ୍ତି।
ଗୁଜରାଟ ନିର୍ବାଚନ: ପଟିଦାରଙ୍କ ଅସନ୍ତୋଷ ବଢ଼ୁଛି ବିଜେପିର ପ୍ରଚାର ଅଭିଯାନକୁ ବିରୋଧ
/sambad/media/post_attachments/wp-content/uploads/2017/11/Congress-BJP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)