ଗୁଜରାଟ ନିର୍ବାଚନ: ହାର୍ଦ୍ଦିକଙ୍କୁ ଝଟକା! ବଡ଼ ପଟେଲ କରିବେ ବିଜେପିକୁ ସମର୍ଥନ

ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ, ଡିସେମ୍ବର ୯ ସକାଳୁ ମତଦାନ ଆରମ୍ଭ

ଅହମଦାବାଦ: ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ମତଦାନକୁ ଗୁଜରାଟବାସୀ ଅପେକ୍ଷା କରିଛନ୍ତି। ମତଦାନ ପାଇଁ ଆଉ ୩୬ ଘଣ୍ଟାରୁ କମ୍‌ ସମୟ ଅଛି। ଏଥିପାଇଁ ବ୍ୟାକ୍‌ କାଉଣ୍ଟିଂ ଆରମ୍ଭ ହୋଇ ଯାଇଛି। ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର ନେତାମାନେ ନିଜ ନିଜ ଶୈଳୀରେ ପ୍ରଚାର କରୁଛନ୍ତି। ମତଦାତାଙ୍କୁ ଆକର୍ଷଣ କରିବା ପାଇଁ ଭାରତୀୟ ଜନତା ପାର୍ଟିର କିଛି ନେତାମାନେ ଲେଉଓ୍ଵା ପଟେଲ ନେତା ଓ ଖୋଡଲ ଧାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ନରେଶ ଭାଇ ପଟେଲଙ୍କୁ ଭେଟିଛନ୍ତି। ବିଜେପି ଦାବି କରିଛି ଯେ, ନରେଶ ପଟେଲ ନିଜର ସମ୍ପ୍ରଦାୟର ଲୋକଙ୍କ ସହିତ ବିଜେପି ପାଇଁ ମଦଦାନ କରିବାକୁ ପ୍ରବର୍ତ୍ତାଇବେ।

ପାଟିଦାର ନେତା ହାର୍ଦ୍ଦିକ ପଟେଲ କିଛି ଦିନ ତଳେ ନରେଶ ଭାଇଙ୍କୁ ଭେଟିଥିଲେ। ସାକ୍ଷାତ ପରେ ରାଜନୀତିଜ୍ଞମାନେ ଅନେକ ଚର୍ଚ୍ଚା କରିଥିଲେ। ନରେଶଙ୍କୁ ଭେଟିବା ପରେ ହାର୍ଦ୍ଦିକ କହିଥିଲେ, ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ନରେଶ ଭାଇ ମତେ କହିଥିଲେ, ଆପଣ ଯେଉଁ ଲଢ଼ାଇ କରୁଛନ୍ତି, ଏଥିରେ ସାଧୁ ଉପାୟ ଅବଲମ୍ବନ କରନ୍ତୁ।

ସୂଚନାଯୋଗ୍ୟ, ନରେଶ ପଟେଲ ହେଉଛନ୍ତି ଲେଉଓ୍ଵା ପଟେଲମାନଙ୍କର ନେତା। ପାଟିଦାର ସମ୍ପ୍ରଦାୟ ସହିତ ତାଙ୍କର ଘନିଷ୍ଠତା ରହିଛି। ଗୁଜରାଟରେ ପାଟିଦାର ମତଦାତାଙ୍କ ୬୦ ପ୍ରତିଶତ ଲେଉଓ୍ଵା ପଟେଲ ହୋଇଥିବା ବେଳେ ୪୦ ପ୍ରତିଶତ କଡ଼ଓ୍ଵା ପଟେଲ ସମ୍ପ୍ରଦାୟର।

ଅନ୍ୟପକ୍ଷରେ ନିର୍ବାଚନ ପ୍ରଚାର ସମାପ୍ତ ହେବା ପୂର୍ବରୁ ପାଟିଦାର ନେତା ଗଣମାଧ୍ୟମକୁ କହିଥିଲେ, ଗୁଜରାଟରେ ଲୋକଙ୍କୁ ଧର୍ମ ନାମରେ ଭୟଭୀତ କରାଯାଉଛି। ରାମ ମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦିଆଯାଇଥିବା ଦଲିଲକୁ ନେଇ ବିଜେପିର ଟାର୍ଗେଟରେ ଥିବା କଂଗ୍ରେସ ନେତା କପିଲ ସିବଲକୁ ହାର୍ଦ୍ଦିକ ବଞ୍ଚାଇଛନ୍ତି।

୧୮୨ଟି ବିଧାନସଭା ସିଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଗୁରୁବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇ ଯାଇଛି। ପ୍ରଥମ ପର୍ଯ୍ୟାୟରେ ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟର ୮୯ଟି ସିଟରେ ଡିସେମ୍ବର ୯ରେ ମତଦାନ ଗ୍ରହଣ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସମେତ ୯୭୭ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ।

ସମ୍ବନ୍ଧିତ ଖବର