ଅହମଦାବାଦ: ଗୁଜରାଟ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି। ନିର୍ବାଚନକୁ ନେଇ ଉଭୟ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର ନେତାମାନେ ସେତିକି ବ୍ୟସ୍ତ ହୋଇ ପଡୁଛନ୍ତି। ଭାରତୀୟ ଜନତା ପାର୍ଟିର ନେତାମାନଙ୍କ ମଧ୍ୟରେ ଟିକଟ ବଣ୍ଟନକୁ ନେଇ ଜୋରଦାର ହଙ୍ଗାମ ସୃଷ୍ଟି ହୋଇଛି। କିଛି ନେତା ଦଳରୁ ଇସ୍ତଫା ଦେବାକୁ ମଧ୍ୟ ଧମକ ଦେଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଆଲାକମାନର ବିଦ୍ରୋହୀ କର୍ମୀମାନେ ବିଜେପି କାର୍ଯ୍ୟାଳୟ ପହଞ୍ଚି ବିରୋଧ ପ୍ରଦର୍ଶନ କରିଛନ୍ତି। ସେହିଭଳି ଖେରାଲୁରେ ଭରତସିଂହ ଡାଭି ଓକ ଦାବି କରିଛନ୍ତି ଯେ, ଜଗଦୀଶ ପଞ୍ଚାଳଙ୍କୁ ଟିକଟ ଦିଆଯିବା ବାତିଲ କରାଯାଉ। କର୍ମୀମାନେ ପାର୍ଟି ନେତୃତ୍ୱରେ ଧମକ ମଧ୍ୟ ଦେଇଛନ୍ତି। ବିଦ୍ରୋହୀ ନେତାମାନେ କହିଛନ୍ତି ଯଦି ଏହି ନେତାମାଙ୍କର ଟିକଟକୁ ବାତିଲ କରା ନଯାଏ, ତେବେ ସେମାନେ ଦଳ ଛାଡ଼ିବେ ବୋଲି ଧମକ ଦେଇଛନ୍ତି।
ଗୁଜରାଟ ନିର୍ବାଚନ: ଟିକଟ ବଣ୍ଟନକୁ ନେଇ ବିଜେପିରେ ଗଣ୍ଡଗୋଳ, ସାମୁହିକ ଇସ୍ତଫା ପାଇଁ ଧମକ
/sambad/media/post_attachments/wp-content/uploads/2017/11/bjp_gujarat.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)