ଅହମ୍ମଦାବାଦ: ଗୁଜରାଟ ପୌରପାଳିକା ନିର୍ବାଚନ ପରେ ଆଜି ପଞ୍ଚାୟତ ନିର୍ବାଚନ ଫଳ ପ୍ରକାଶ ପାଇଛି। ପୌରପାଳିକା ନିର୍ବାଚନ ଭଳି ଏଥର ମଧ୍ୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ବନସକଣ୍ଠା ଜିଲ୍ଲାର ୧୪ଟି ତହସିଲ ଅନ୍ତର୍ଗତ ୬୬ଟି ପଞ୍ଚାୟତ ଆସନରୁ କଂଗ୍ରେସ ୩୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ୨୮ଟି ଆସନ ମିଳିଛି। ଗୋଟିଏ ଆସନର ଫଳାଫଳ ଘୋଷଣା ହୋଇନାହିଁ। ସେହିପରି ଖେଡ଼ା ଜିଲ୍ଲାର ୯ଟି ତହସିଲର ମୋଟ ୪୪ଟି ଆସନ ମଧ୍ୟରୁ ୨୮ଟିରେ ବିଜେପିର ବିଜୟ ହୋଇଥିବା ବେଳେ କଂଗ୍ରେସ ୧୬ଟି ଆସନ ପାଇଛି। ୪ ଦିନ ପୂର୍ବେ ଅନୁଷ୍ଠିତ ୭୫ଟି ପୌରପାଳିକା ନିର୍ବାଚନରେ ବିଜେପି ୪୭ଟି ପୌରାଞ୍ଚଳରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୧୬ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି।
ଗୁଜରାଟ ପଞ୍ଚାୟତ ନିର୍ବାଚନ: ବିଜେପି-କଂଗ୍ରେସ ମଧ୍ୟରେ କଡା ଟକ୍କର
/sambad/media/post_attachments/wp-content/uploads/2018/01/Bjp-congress.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)