ହାର୍ଦ୍ଦିକଙ୍କୁ ଝଟ୍‌କା: ଦୁଇ ସହଯୋଗୀ ବିଜେପିରେ ସାମିଲ

ଅହମଦାବାଦ: ସେକ୍ସ ସିଡି ମାମଲାକୁ ନେଇ ବିଜେପି ଉପରେ ଗର୍ଜୁଥିବା ହାର୍ଦ୍ଦିକ ପଟେଲ ଚିନ୍ତା ବଢ଼ିଯାଇଛି। ପଟିଦାର ଆନ୍ଦୋଳନର ଦୁଇ ପ୍ରମୁଖ ନେତା କେତନ ପଟେଲ ଏବଂ ଅମରେଶ ପଟେଲ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଉଭୟ କେତନ ପଟେଲ ଏବଂ ଅମରେଶ ପଟେଲ ପଟିଦାର ଅମାନତ ଆନ୍ଦୋଳନର ସଂଯୋଜକ। ଏହାକୁ ମିଶାଇ ହାର୍ଦ୍ଦିକ୍‌ଙ୍କର ୫ ଜଣ ଘନିଷ୍ଠ ସହଯୋଗୀ ବିଜେପିରେ ଯୋଗ ଦେବା ଘଟଣା ହାର୍ଦ୍ଦିକଙ୍କ ସଙ୍କଟ ବଢ଼ାଇ ଦେଇଛି।  ଏବେ କେବଳ ଦୁଇ ବରିଷ୍ଠ ନେତା ଦିନେଶ ବମ୍ବାନିଆ ଏବଂ ଅଳ୍ପେଶ କଥିରିୟା ହାର୍ଦ୍ଦିକଙ୍କ ସହ ରହିଛନ୍ତି।

ସମ୍ବନ୍ଧିତ ଖବର