ମୋତେ ବଦନାମ କରିବାକୁ ବିଜେପି ଜାଲ୍‌ ସେକ୍ସ୍‍ ସିଡି ବ୍ୟବହାର କରିପାରେ: ହାର୍ଦ୍ଦିକ ପଟେଲ୍‌

ଅହମଦାବାଦ: ଶୁକ୍ରବାର ଦିନ ପଟିଦାର କ୍ୱୋଟା ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ କହିଛନ୍ତି ଯେ ନିର୍ବାଚନୀୟ ଫାଇଦା ପାଇଁ ବିଜେପି ମୋତେ ବଦନାମ କରିବାକୁ ବିଜେପି ବୋଧ ହୁଏ ଗୋଟାଏ ସେକ୍ସ ସିଡି ବ୍ୟବହାର କରିପାରେ।

ସେ କହିଛନ୍ତି: ମୋତେ ବଦନାମ କରିବାକୁ ବିଜେପି ଏକ ଜାଲ୍‌ ସେକ୍ସ୍‍ ସିଡି ପ୍ରସ୍ତୁତି କରିଛି ଏବଂ ଏହାକୁ ଠିକ୍‌ ନିର୍ବାଚନ ପୂର୍ବରୁ ରିଲିଜ୍‌ କରିବ। ବିଜେପି ଠାରୁ ଆଉ କ’ଣ ଆଶା କରାଯାଇ ପାରେ? ତେଣୁ ଖାଲି ଅପେକ୍ଷା କର, ଦେଖ ଏବଂ ଉପଭୋଗ କର।’’

ସେକ୍ସ ସିଡି ବିଷୟରେ ଜାଣିଲେ କେମିତି ପଚାରନ୍ତେ ହାର୍ଦ୍ଦିକ କହିଲେ, ଏହା ବିଜେପିର ବୈଶିଷ୍ଟ୍ୟ। ହାର୍ଦ୍ଦିକଙ୍କ ଅଭିଯୋଗ ବିଷୟରେ କିଛି ଜବାବ ଦେବାକୁ ରାଜ୍ୟ ବିଜେପି ଅଧ୍ୟକ୍ଷ ଜିତୁ ବାଘାନି ମନା କରି ଦେଇଛନ୍ତି।

ଦାର୍ଦ୍ଦିକ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଗୁଜୁରାଟ ନିର୍ବାଚନରେ ସମ୍ଭବତଃ ତ୍ରୁଟିପୂର୍ଣ୍ଣ ଭିଭିପିଏଟି ସିଷ୍ଟମ୍‌ ଏବଂ ଇଭିଏମ୍‌ ସବୁ ବ୍ୟବହାର କରାଯାଇ ପାରେ। ହାର୍ଦ୍ଦିକ କହିଛନ୍ତି, ନିର୍ବାଚନ କମିସନଙ୍କ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ୩, ୫୫୦ଟି ଭିଭିପିଏଟି ସିଷ୍ଟମ୍‌ ଅକୃତକାର୍ଯ୍ୟ ହୋଇଛି। ସେ ଟୁଇଟ୍‌ କରିଛନ୍ତି: ମୁଁ ନିଶ୍ଚିତ ଯେ ଅବୈଧ୍ୟ ମାର୍ଗରେ ବିଜେପି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବ ବୋଲି ମୁଁ ନିଶ୍ଚିତ।

ସେ ଯାହାହେଉ ନିର୍ବାଚନ କମିସନର୍‌ ଓ ପି ରାଓ୍ଵତ୍‌ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ଯାଞ୍ଚରେ ଇଭିଏମ୍‌/ଭିଭିପିଏଟିର ଅସଫଳ ସଂଖ୍ୟା ୩%ରୁ ୪%। ଗୁଜୁରାଟ ନିର୍ବାଚନ ନିମନ୍ତେ ଯୋଗାଇ ଦିଆ ଯାଇଥିବା ସମୁଦାୟ ୭୦, ୦୦୦ ଇଭିଏମ୍‌ରୁ ଅସଫଳ ମାତ୍ର ୫%। କର୍ମଚାରୀମାନେ ପ୍ରଥମ ଥର ଲାଗି ଭିଭିପିଏଟି-ଇଭିଏମ୍‌ ଚଳାଉଥିବାରୁ ଅସଫଳତା ସାମାନ୍ୟ ଅଧିକ ଜଣାପଡୁଛି। ଗୁଜୁରାଟର ମୁଖ୍ୟ ନିର୍ବାଚନ ଅଧିକାରୀ ବି ବି ସ୍ୱାଇଁ କହନ୍ତି: ଅନ୍ୟ ରାଜ୍ୟଗୁଡ଼ିକରୁ ଇଭିଏମ୍‌ ମେସିନ୍‌ ଗୁଡ଼ିକ ଅଣାଯାଇ ଥିବାରୁ ଷ୍ଟାଣ୍ଡାର୍ଡ ପ୍ରୋସିଜ୍ୟୋର୍‌ ଅନୁସାରେ ପ୍ରତ୍ୟେକ ରାଜ୍ୟରେ ସେଗୁଡ଼ିକର ପ୍ରଥମସ୍ତରୀୟ ଯାଞ୍ଚ ସରିଛି।

ହାର୍ଦ୍ଦିକ ମଧ୍ୟ ଚେତାଇ ଦେଇଛନ୍ତି ଯେ ନିର୍ବାଚନ ପୂର୍ବରୁ ବିଜେପି ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ଦଙ୍ଗା ମଧ୍ୟ ସୃଷ୍ଟି କରାଇ ପାରେ।

ସମ୍ବନ୍ଧିତ ଖବର