ଏନ୍‌ସିପି ନେତାଙ୍କୁ ଭେଟିଲେ ହାର୍ଦ୍ଦିକ ପଟେଲ

ଅହମଦାବାଦ: ବୁଧବାର ଦିନ ପଟିଦାର୍‌ ଅନାମତ ଆନ୍ଦୋଳନ ସମିତିର ନେତା ହାର୍ଦ୍ଦିକ ପଟେଲଙ୍କ ଏନ୍‌ସିପି ନେତା ପ୍ରଫୁଲ ପଟେଲ ଏବଂ ଜୟନ୍ତ ପଟେଲ ଓରଫ୍‌ ବୋସ୍କିଙ୍କ ସହ କରିଥିବା ସାକ୍ଷାତ୍‌କାର ତାଙ୍କର ରାଜନୈତିକ ଯୋଜନା ସମ୍ବନ୍ଧୀୟ କଳ୍ପନା ଜଳ୍ପନା ନିମନ୍ତେ ଇନ୍ଧନ ଯୋଗାଇଛି।

ନିକଟରେ ତାଙ୍କର ମୁଖ୍ୟ ଦାବିଗୁଡ଼ିକରୁ ଚାରିଟି ଗ୍ରହଣ କରି ଓବିସି କ୍ୱୋଟା ମାମଲାକୁ ପକାଇ ରଖିଥିବା କଂଗ୍ରେସ ଉପରେ ଚାପ ପକାଇବାକୁ ଏହି ସାକ୍ଷାତ୍‌କାର ଏକ କୌଶଳ ରୂପେ ଦେଖା ଯାଉଛି। ପଟିଦାର୍‌ ଅନାମତ ଆନ୍ଦୋଳନ ସମିତିର ଆବାହକ ଦାବି କରିଛନ୍ତି ଯେ କେବଳ ସୌଜନ୍ୟମୂଳକ ଅଭିନନ୍ଦନ ଆଦାନପ୍ରଦାନ ଥିଲା ଏହି ସାକ୍ଷାତ୍‌କାରର ଅସଲ କଥା। କିନ୍ତୁ, ଅସନ୍ତା ଗୁଜୁରାଟ ବିଧାନସଭା ନିର୍ବାଚନରେ ସହଯୋଗ କଥା ସେମାନେ ଆଲୋଚନା କରିଛନ୍ତି ବୋଲି ଏନ୍‌ସିପି ସୂତ୍ରରୁ ଜଣା ପଡ଼ିଛି।

ସେମାନଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ଯୋଗାଇ ବେବାକୁ ପ୍ରଫୁଲ ପଟେଲ୍‌ ଏବଂ ବୋସ୍କି ହାର୍ଦ୍ଦିକଙ୍କୁ ସାକ୍ଷାତ୍‌ କରିଥିଲେ। ଏଥର ନିର୍ବାଚନରେ ଏନ୍‌ସିପି ସର୍ବାଧିକ ପ୍ରାର୍ଥୀ ଛିଡ଼ା କରାଇବାକୁ ଚାହୁଁଛି ଏବଂ ତାହା ପୁଣି ପଟିଦାର ବହୁଳ ଅଞ୍ଚଳରେ। ସେ ଯାହାହେଉ, ଆଗେ କଂଗ୍ରେସ କ’ଣ କହୁଛି ତାହାକୁ ଅପେକ୍ଷା କରି ହାର୍ଦ୍ଦିକ ସେମାନଙ୍କୁ କୌଣସି ପ୍ରତିଶ୍ରୁତି ଦେଲେ ନାହିଁ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ହାର୍ଦ୍ଦିକଙ୍କୁ ପଚାରିବାରୁ ସେ କହିଲେ କି ଏ ସାକ୍ଷାତ୍‌କାର ଥିଲା ଅଣ ରାଜନୈତିକ। ଖାଲି ଦୀପାବଳି ଶୁଭେଚ୍ଛା ଜଣାଇବାକୁ ସେମାନେ ମୋତେ ଭେଟିବାକୁ ଆସିଥିଲେ। ଆମେ କୌଣସି ରାଜନୈତିକ ମାମଲା ଅଥବା ଓବିସି କ୍ୱୋଟା ସମ୍ବନ୍ଧରେ କଥାବାର୍ତ୍ତା କରି ନାହୁଁ।

ବୋସ୍କି କିନ୍ତୁ ଏକ ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି ଯେ ଏହି ଅଣଆନୁଷ୍ଠାନିକ ବୈଠକରେ ସେମାନେ ଗୁଜୁରାଟର ସାମାଜିକ-ରାଜନୈତିକ ଅବସ୍ଥା କଥା ଆଲାଚନା କରିଛନ୍ତି।

ସମ୍ବନ୍ଧିତ ଖବର