ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ହରିୟାଣାର ସମସ୍ତ ୧୦ଟି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀମାନେ ଶୋଚନୀୟ ଭାବେ ପରାଜୟ ବରଣ କରିଛନ୍ତି। ଏହାକୁ ନେଇ ଦିଲ୍ଲୀରେ ହରିୟାଣା କଂଗ୍ରେସ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଚାଲିଥିବା ସମୟରେ ଉପସ୍ଥିତ ନେତାମାନେ ପରସ୍ପର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଖାଲି ସେତିକି ନୁହେଁ, ସେମାନେ ଗାଳି ଗୁଲଜ ଓ ଧମକ ଚମକ ଦେବାକୁ ବି କହିଥିଲେ। ଏହାପରେ କଂଗ୍ରେସ ନେତାମାନେ ବୈଠକ ଛାଡ଼ି ଚାଲିଯାଇଥିଲେ। ଫଳତଃ ସମୀକ୍ଷା ବୈଠକରେ ଠିକ୍ ଭାବେ ଚର୍ଚ୍ଚା ଆଲୋଚନା ହୋଇପାରି ନ ଥିଲା। ଏହି ବୈଠକରେ ସ୍ଥିତି ଏଭଳି ହୋଇଥିଲା ଯେ କ୍ରୋଧାନ୍ଵିତ ହୋଇ ହରିୟାଣା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଶୋକ ତନଓ୍ୱାର କହିଲେ, ‘ପରାଜୟ ପାଇଁ ମୁଁ ଦାୟୀ। ମୋତେ ଗୁଳି ମାରି ଦିଅ’।
ବିଶେଷ କରି ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡାଙ୍କ ସମର୍ଥକମାନେ ଅଶୋକ ତମ୍ବରଙ୍କୁ ପରାଜୟ ଲାଗି ଦାୟୀ କରି ସ୍ଲୋଗାନ୍ ଦେଇଥିଲେ,ସେତେବେଳେ ପରିସ୍ଥିତି ଅସମ୍ଭାଳ ହୋଇଥିଲେ। ସେହି ସମୟରେ ଅଶୋକ ରାଗିଯାଇ ଏଭଳି କଥା କହିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/ashok-tanwar-haryana-congress-leader-file-photo_a41542d8-857b-11e7-b63c-9d281adafd5e.jpg)