ହରିଆଣା: ଜିନ୍ଦରେ ଅମିିତ ଶାହଙ୍କ ବାଇକ ର‍୍ୟାଲି ପୂର୍ବରୁ କଂଗ୍ରେସର ବିରୋଧ ପ୍ରଦର୍ଶନ, ପ୍ରଦେଶ ଅଧ୍ୟକ୍ଷ ଗିରଫ

ଜିନ୍ଦ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ହରିଆଣାର ଜିନ୍ଦରେ ବାଇକ ର‍୍ୟାଲି ପୂର୍ବରୁ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅଶୋକ ତମ୍ବର ଗିରଫ ହୋଇଛନ୍ତି। ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବାଇକ ର‍୍ୟାଲି ନେଇ ଉତ୍ସାହିତ ଥିଲେ। ସେ ବାଇକ ର‍୍ୟାଲିର ଗୋଟିଏ ଦିନ ପୂର୍ବରୁ ପ୍ରସ୍ତୁତି କିପରି ଚାଲିଛି ବିନା ନମ୍ବର ପ୍ଲେଟ ବୁଲେଟରେ ଯାତ୍ରା କରିଛନ୍ତି। ଅମିତ ଶାହଙ୍କ ବାଇକ ର‍୍ୟାଲି ନେଇ କେତେ ସଚେତନ ଏଥିରୁ ଅନୁମାନ କରାଯାଇ ପାରିବ।

କୁହାଯାଉଛି ଯେ, ଅମିତ ଶାହା ଏହି ବାଇକ ର‍୍ୟାଲି ମାଧ୍ୟମରେ ମିଶନ ୨୦୧୯ର ଶୁଭାରମ୍ଭ କରିବେ। ବିଜେପି ର‍୍ୟାଲିରେ ଏକ ଲକ୍ଷ ବାଇକ ସାମିଲ କରିବାକୁ ଲକ୍ଷ୍ୟ ରଖିଛି। ଜାଠ୍‌ଙ୍କ ପରେ ହରିଆଣାର ବିରୋଧୀ ଦଳ ଆଇଏନ୍‌ଏଲ୍‌ଡି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ନିଜ ନିଜ ଶୈଳୀରେ ଅମିତ ଶାହଙ୍କୁ ବିରୋଧ କରିବାକୁ ଘୋଷଣା କରିଛନ୍ତି। ପରିସ୍ଥିତିକୁ ଆଖି ଆଗରେ ରଖି ହରିଆଣା ସରକାର କେନ୍ଦ୍ରକୁ ୧୫୦ ପ୍ଲାଟୁନ ପୁଲିସ ମାଗିଥିବା ବେଳେ ଏଥିରୁ ୮୦ ପ୍ଲାଟୁନ୍‌ ମିଳିଛି।

ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ଜିନ୍ଦ ହରିଆଣାର ମଧ୍ୟ ଭାଗରେ ଆସିଥାଏ। ଏଥି ପାଇଁ ବାଇକ ର‍୍ୟାଲି ପାଇଁ ଏହି ସ୍ଥାନକୁ ଚୟନ କରାଯାଇଛି। ସେ କହିଛନ୍ତି, ଆଶା କରାଯାଉଛି ଯେ, ବାଇକ ର‍୍ୟାଲିରେ ରାଜ୍ୟସାରା ଲୋକ ଆସିବେ। ନିର୍ବାଚନ ନେଇ ସେ କହିଛନ୍ତି ଆମେ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ। ର‍୍ୟାଲିକୁ ସଫଳ କରିବା ପାଇଁ ଦଳୀୟ କର୍ମୀମାନେ ବହୁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର