ଜେଜିମାଙ୍କ ନାକ ପରି ନାକ ଥିଲେ କ୍ଷମତା ମିଳିବା ନିଶ୍ଚିତ ନୁହେଁ: ପ୍ରିୟଙ୍କାଙ୍କୁ ବିଦ୍ରୂପ କରି ବିବାଦ ଉଦ୍ରେକ କଲେ କେନ୍ଦ୍ରମନ୍ତ୍ରୀ

ଅହମଦାବାଦ: କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସମାଲୋଚନା କରି ମଙ୍ଗଳବାର ଦିନ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡବିୟ ବିବାଦର କାରଣ ହୋଇଛନ୍ତି। ସେ କହିଲେ କି, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚେହେରା ସହ ସାମଞ୍ଜସ୍ୟ ଥିବାର ଅର୍ଥ ନୁହେଁ ନିଶ୍ଚିତ କ୍ଷମତା ପାଇଯିବା।

ଗୁଜରାଟର ଆନନ୍ଦ ଠାରେ ‘ବିଜୟ ସଙ୍କଳ୍ପ’ ରାଲିରେ ମାଣ୍ଡବିୟ କହିଛନ୍ତି: କଂଗ୍ରେସ ମହଲରେ ଆଲୋଚନା ହେଉଛି ଯେ ପ୍ରିୟଙ୍କାଙ୍କ ନାକ ତାଙ୍କ ଜେଜିମାଙ୍କ ନାକ ପରି। ଜେଜିମାଆଙ୍କ ନାକ ପରି ନାକ ପାଇ ଯଦି ତୁମେ କ୍ଷମତା ପାଇଯିବ, ଚୀନ୍‌ର ପ୍ରତି ଘରୁ ରାଷ୍ଟ୍ରପତି ବାହାରନ୍ତେ।
କଂଗ୍ରେସର ଅନେକ ନେତା ପ୍ରକାଶ୍ୟରେ କହୁଛନ୍ତି କି, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେମାନଙ୍କୁ ତାଙ୍କ ଦିବଂଗତ ଜେଜିମାଙ୍କ କଥା ସ୍ମରଣ କରାଇ ଦେଉଛି।

ଉତ୍ତର ପ୍ରଦେଶରେ କଂଗ୍ରେସର ଭାର ନେଇଥିବା ଭଦ୍ରା କୁଆଡ଼େ କହିଥିଲେ କି, ଲୋକେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଭଲ ପାଉଥିବାରୁ ତାଙ୍କୁ (ପ୍ରିୟଙ୍କା) ତାଙ୍କ ସଦୃଶ ବୋଲି କୁହାଯାଉଛି।

ଗତ ମାସରେ ବିଜେପି ସାଂସଦ ହରିଶ ଦ୍ୱିବେଦୀ ମଧ୍ୟ ଭଦ୍ରାଙ୍କ ଉପରେ ବ୍ୟକ୍ତିଗତ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ଦିଲ୍ଲୀରେ ଭଦ୍ରା ଜିନ୍‌ସ୍‌ ଓ ଟପ୍‌ ପିନ୍ଧୁଛନ୍ତି ଏବଂ ନିର୍ବାଚନ ପ୍ରଚାର ଅଭିଯାନରେ ଗଲାବେଳେ ଶାଢ଼ି ଓ ସିନ୍ଦୂର ପିନ୍ଧୁଛନ୍ତି।

ସମ୍ବନ୍ଧିତ ଖବର