ବାରିପଦା : ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍)ର କେନ୍ଦ୍ରୀୟ ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରବିବାର ଦିନିକିଆ ବାରିପଦା ଗସ୍ତରେ ଆସିଥିଲେ। ଏହି ଅବସରରେ ଦଳର ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ସାମିଲ ହୋଇଥିଲେ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳକୁ କିପରି ବୁଥ୍ସ୍ତରରୁ ମଜଭୁତ୍ କରାଯାଇପାରିବ, ସେନେଇ ଆଲୋଚନା କରିଥିଲେ। କଂଗ୍ରେସ, ଜେଏମ୍ଏମ୍ ମେଣ୍ଟ ନେଇ ଆଗାମୀ ୨/୩ ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିପାରେ। ମୟୂରଭଂଜ ଲୋକସଭା ଆସନରୁ ଅଞ୍ଜନୀ ସୋରେନ୍ ପ୍ରାର୍ଥୀ ହେବା ନିଶ୍ଚିତ ଓ ଜିଲ୍ଲାର ୫ ବିଧାନସଭା କ୍ଷେତ୍ରରେ ଦଳ ପ୍ରାର୍ଥୀ ଦେବା ନେଇ ବିଚାର କରୁଛି ବୋଲି ସେ ସୂଚନା ଦେଇଥିଲେ। ସେହିପରି ସୁନ୍ଦରଗଡ଼, ବାଲେଶ୍ୱର, କନ୍ଧମାଳ ଆଦି ଜିଲ୍ଲାକୁ ମିଶାଇ ରାଜ୍ୟର ମୋଟ ୧୨ଟି ବିଧାନସଭା ଆସନ ନିମନ୍ତେ ଦଳ କଂଗ୍ରେସକୁ ପ୍ରସ୍ତାବ ଦେଇଛି। ଏହି ଅବସରରେ ଜେଏମ୍ଏମ୍ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍ଙ୍କ ସମେତ କଳିଙ୍ଗ କେଶରୀ ଜେନା, ଫାଗୁ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ।
ହେମନ୍ତ ସୋରେନ୍ଙ୍କ ବାରିପଦା ଗସ୍ତ : କଂଗ୍ରେସ-ଜେଏମ୍ଏମ୍ ମେଣ୍ଟ ଖୁବ୍ଶୀଘ୍ର
/sambad/media/post_attachments/wp-content/uploads/2019/03/hemanta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)