ନୂଆଦିଲ୍ଳୀ: ଦେଶବ୍ୟାପୀ ଭାରତ ଯୋଡ଼ ଯାତ୍ରା ପାଇଁ ବର୍ତ୍ତମାନ ଚର୍ଚ୍ଚା ପାଲଟିଥିବା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଗାମୀ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍ସୋର୍ ଚଳାଇଛନ୍ତି। ସେ ତାଙ୍କର ଏହି ଭାରତ ଯୋଡ଼ ଯାତ୍ରାକୁ ନେଇ ବିରୋଧରୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ‘ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲୁଛି।’ ତାଙ୍କର ଏହି ମନ୍ତବ୍ୟ ଏବେ ବେଶ୍ ଚର୍ଚ୍ଚା ପାଲଟିଛି। ସେ ଏପରି କହିବା ସହ ଆହୁରି ବି କହିଛନ୍ତି ଯେ ‘ଯେଉଁ ବିରୋଧୀମାନେ ଭାବୁଛନ୍ତି ମୁଁ ଭାରତ ଯୋଡ଼ ଯାତ୍ରା କ’ଣ ପାଇଁ କରୁଛି? ଏହି ଉତ୍ତର ସେମାନଙ୍କ ପାଇଁ।’
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାକୁ ୟା ମଧ୍ୟରେ ୧୦୦ ଦିନ ହୋଇଗଲାଣି। ସେ ତାଙ୍କର ପ୍ରେମର ଦୋକାନ ମନ୍ତବ୍ୟକୁ ଆହୁରି ଟିକେ ସ୍ପଷ୍ଟ କରି କହିଛନ୍ତି ଯେ ଏହା କେବଳ ତାଙ୍କ ଦୋକାନ ନୁହେଁ, ବରଂ ପୂରା ସଂସ୍ଥାର ଦୋକାନ। ସ୍ବାଧୀନତା ସଂଗ୍ରାମ କାଳରେ ଗାନ୍ଧୀ, ନେହେରୁ, ପଟେଲ୍, ଆମ୍ବେଦକର ଓ ଆଜାଦ୍ ଆଦି ଏହି ଦୋକାନ ଖୋଲିଥିଲେ ବୋଲି ବି ରାହୁଲ କହିଛନ୍ତି।
नफ़रत के बाज़ार में
मोहब्बत की दुकान खोल रहा हूं।❤️ pic.twitter.com/iOh2e3lPaS— Rahul Gandhi (@RahulGandhi) December 19, 2022
ରାହୁଲଙ୍କ ପ୍ରଶଂସକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ରାଜସ୍ଥାନର ଦୌସା ଜିଲ୍ଲା ଗସ୍ତ ସମୟରେ କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଡୋଟାସରା କହିଥିଲେ ଯେ, ଦେଶର ଏକତା ତଥା ଅଖଣ୍ଡତା ପାଇଁ ରାହୁଲଙ୍କ ଜେଜେମା ଇନ୍ଦିରା ଗାନ୍ଧୀଜୀ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ପିତା ରାଜୀବ ଗାନ୍ଧୀ ଦେଶର ଏକତା ପାଇଁ ସହିଦ ହୋଇଥିଲେ ଏବଂ ମହାତ୍ମା ଗାନ୍ଧୀ ସ୍ୱାଧୀନତା ପାଇଁ ଲଢ଼ିଥିଲେ, ଯିଏ ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିଥିଲେ। ଏବେ ଆମର ନେତା ରାହୁଲ ଗାନ୍ଧୀ ଆସିଛନ୍ତି।