ନୂଆଦିଲ୍ଲୀ: ରବିବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷିତ ହୋଇଥିବା ଚରଣଜୀତ୍ ସିଂହ ଚନ୍ନୀ କହିଛନ୍ତି, ଆପଣମାନଙ୍କୁ ଭରସା ଦେଇ କହୁଛି କି, ଆଜିଠାରୁ ମୁଁ ନିଜ ନାଁରେ କି, ମୋ ପତ୍ନୀଙ୍କ ନାଁରେ କୌଣସି ଜମିବାଡ଼ି କିଣିବି ନାହିଁ କି, ବ୍ୟବସାୟ ଚଳାଇବି ନାହିଁ।
ଜନସାଧରଣଙ୍କୁ ସେ କହିଛନ୍ତି, ୧୧୧ ଦିନ ମୁଖ୍ୟମନ୍ତ୍ରୀ ଭାବେ ରହି ସେ ଯାହା କିଛି କାମ କରିଛନ୍ତି, ତାହା ଯଦି ପସନ୍ଦ ହୋଇଥିବ ସେମାନେ ପୁନର୍ବାର ତାଙ୍କ ଦଳକୁ କ୍ଷମତାକୁ ଆଣିବେ।
ରବିବାର ଦିନ ଏକ ଭର୍ଚ୍ୟୁଆଲ୍ ରାଲିରେ ଉଦ୍ବୋଧନ ଦେବା ବେଳେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଚନ୍ନୀଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଦଳର ଏହି ନିଷ୍ପତ୍ତିକୁ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ ମଧ୍ୟ ପ୍ରଶଂସା କରିଥିଲେ।
Image Courtesy of NDTVଏହି ଅବସରରେ କହିବା ବେଳେ ଚନ୍ନୀ ରାହୁଲ୍ ଗାନ୍ଧୀ ଏବଂ ସମଗ୍ର ଦଳର ନେତୃତ୍ବକୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସେ କହିଥିଲେ, ମୁଁ ଯୋଡ଼ହସ୍ତରେ ଅନୁରୋଧ କରୁଛି ଯେ, ଏଭଳି ବଡ଼ ସଂଗ୍ରାମ ଏବଂ କାମ ମୁଁ ଏକୁଟିଆ କରି ପାରି ନ ଥାନ୍ତି। ନିର୍ବାଚନ ଲଢ଼ିବାକୁ ମୋ ପାଖରେ ଅର୍ଥ ନାହିଁ ନା, ସାହସ ନାହିଁ। ଜନସାଧାରଣ ସବୁ ଲଢ଼େଇ ଲଢ଼ିଲେ ତାହା ସଫଳ ହେବ।
ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ପୁତୁରାକୁ ଗିରଫ କରିବା ପରେ ବିରୋଧୀ ଦଳଙ୍କ ସମାଲୋଚନାର ପ୍ରତ୍ୟୁତ୍ତର ଦେଇ ଚନ୍ନୀ ବିଶେଷକରି, ‘ଆମ୍ ଆଦ୍ମି ପାର୍ଟି’ ଉପରେ ଦୋଷାରୋପ କରି କହିଛନ୍ତି ଯେ, ‘ଆପ୍’ ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବାକୁ ସୁଯୋଗ ଖୋଜୁଛି।
ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୦ରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ ଏବଂ ମାର୍ଚ ୧୦ ତାରିଖରେ ଭୋଟ୍ ଗଣନା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/charanjeet.jpg)