ମାର୍ଗାଓ (ଗୋଆ): ଭାରତର ପରବର୍ତ୍ତୀ ଗୃହମନ୍ତ୍ରୀ ଅମିତ ଶାହା ହେବା ଉଚିତ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଓ ଆମ୍ ଆଦ୍ମି ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ୍ କହିଛନ୍ତି।
ଗୋଆରେ ଏକ ସର୍ବସାଧାରଣ ରାଲିକୁ ସମ୍ବୋଧନ କରି କେଜ୍ରିଓ୍ଵାଲ୍ କହିଛନ୍ତି ଚଳିତ ନିର୍ବାଚନ ହେଉଛି ଦେଶକୁ ରକ୍ଷା କରିବା ନିମନ୍ତେ ଏକ ସଂଗ୍ରାମ, ଏଇଟା ଅତିରଞ୍ଜିତ କଥା ନୁହେଁ। ଏଠାରେ ଲୋକସଭା ଏବଂ ୩ଟି ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରୁଛି।
ମୋଦି ଯଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଅମିତ ଶାହା ଗୃହମନ୍ତ୍ରୀ ହେବେ। ଗତଥର ଅମିତ ଶାହା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲେ। ଏଥର ସେ ଗାନ୍ଧୀନଗରରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାବି ଦେଖନ୍ତୁ, ଶାହା ଯଦି ପରବର୍ତ୍ତୀ ଗୃହମନ୍ତ୍ରୀ ହୁଅନ୍ତି ଦେଶର ଅବସ୍ଥା କ’ଣ ହେବ।
ସେ କହିଛନ୍ତି: ଯଦି ବିଜେପି ଅଧ୍ୟକ୍ଷ ଶାହା ପ୍ରକୃତରେ ଗୃହମନ୍ତ୍ରୀ ହୁଅନ୍ତି ତେବେ ଗୋଆର ଅର୍ଥନୀତି କ୍ଷତିଗ୍ରସ୍ତ ହେବ।
ସେ ପୁଣି କହିଛନ୍ତି; ରାଜ୍ୟରେ ଭିଡ଼ହିଂସା ନ ଥିବାରୁ ଗୋଆବାସୀମାନେ ଭାଗ୍ୟବାନ। କେନ୍ଦ୍ରରେ ବିଜେପି କ୍ଷମତାକୁ ଫେରିଲେ ଏବକାର ପରିସ୍ଥିତି ରହିବ ନାହିଁ।
ଗୋଆରେ ଭିଡ଼ହିଂସା ହେଲେ ପର୍ଯ୍ୟଟକମାନେ ଆସିବେ ନାହିଁ। ଭାବନ୍ତୁ, ଏହା ଫଳରେ ଗୋଆର ଅର୍ଥନୀତି, ଆପଣମାନଙ୍କର କର୍ମସଂସ୍ଥାନ ଏବଂ ବାଣିଜ୍ୟ କିଭଳି ପ୍ରଭାବିତ ହେବ।
ଭାରତ ଏବଂ ସମ୍ବିଧାନକୁ ରକ୍ଷା କରିବା ପାଇଁ ୨୦୧୯ ନିର୍ବାଚନ କର ବା ମର ଭଳି। ୧୯୩୧ ମସିହାରେ ହିଟ୍ଲର୍ ଜର୍ମାନିର ଚାନ୍ସେଲର୍ ହେଲେ। ଚାନ୍ସେଲର୍ ହେବାର ତିନି ମାସ ପରେ ସେ ସମ୍ବିଧାନ ପରିବର୍ତ୍ତନ କରି ନିର୍ବାଚନ ବନ୍ଦ କରାଇଦେଲେ। ବିଜେପି ଆଡଲ୍ଫ୍ ହିଟ୍ଲର୍ଙ୍କ ଜର୍ମାନୀର ଆଦର୍ଶ ଅନୁସରଣ କରୁଛି। ଯେଉଁଠି ନରେନ୍ଦ୍ର ମୋଦି ଜୀବନ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/kejri-1.jpg)