ଜେଲ୍‌ରେ ଥାଇ କଂଗ୍ରେସ ସହ ଆର୍‌ଜେଡିର ଆସନ ବୁଝାମଣା କଥା ଚୂଡ଼ାନ୍ତ କରିବେ ଲାଲୁ ଯାଦବ

ପାଟନା: ଲୋକସଭା ନିର୍ବାଚନ ଲାଗି କଂଗ୍ରେସ ଏବଂ ଅନ୍ୟ ସମଭାବାପନ୍ନ ଦଳଗୁଡ଼ିକ ସହ ଆସନ ବୁଝାମଣା ଚୂଡ଼ାନ୍ତ କରିବା ଓ ଦଳର ନୋମିନି ଚୟନ ପାଇଁ ଶନିବାର ଦିନ ରାଷ୍ଟ୍ରୀୟ ଜନତା ଦଳ ଜେଲ୍‌ରେ ଥିବା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଦାୟିତ୍ୱ ଦେଇଛି।

ଆର୍‌ଜେଡିର ଜାତୀୟ ମୁଖପାତ୍ର ଆର୍‌ଜେଡି ମନୋଜ ଝା ଦଳର ରାଜ୍ୟ ଓ କେନ୍ଦ୍ରୀୟ ପାର୍ଲମେଣ୍ଟାରି ବୋର୍ଡ ସହ ଦୁଇ ଘଣ୍ଟାକାଳ ଆଲୋଚନା କରିବା ପରେ ଏ ଭଳି ନିଷ୍ପତ୍ତି ନେଇଥିବା କଥା କହିଛନ୍ତି।

ଲାଲୁଙ୍କ ବଂଶରେ ନୂତନ କ୍ଷମତା କେନ୍ଦ୍ରର ଅଦ୍ଭୁଦୟ ହୋଇପାରେ ବୋଲି ଯେଉଁ କଳ୍ପନାଜଳ୍ପନା ଉପୁଜିଥିଲା ଏଥି ସହ ତାହାର ଅନ୍ତ ଘଟିଛି। ବର୍ଷିୟାନ୍‌ ରାଜନୀତିଜ୍ଞ ଲାଲୁ ତଥାପି ଆର୍‌ଜେଡିର କାର୍ଯ୍ୟଧାରା ପରିଚାଳନା କରୁଛନ୍ତି ବୋଲି ଏହା ବାର୍ତ୍ତା ମଧ୍ୟ ଦେଉଛି।

ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପୂର୍ବରୁ ଜେଲ୍‌ରେ ଥାଇ ଆସନ ବୁଝାମଣା ଚୂଡ଼ାନ୍ତ କରିବା ବୋଧହୁଏ ଲାଲୁଙ୍କ ପାଇଁ ପ୍ରଥମ।

ସବୁ କଥା ଚୂଡ଼ାନ୍ତ ହେବା ପରେ ନିର୍ବାଚନ ସଙ୍କେତ ଦେବା ଲାଗି ଲାଲୁ ପତ୍ନୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡୀ ଦେବୀଙ୍କୁ ଦାୟିତ୍ୱ ଦେଇ ପାରନ୍ତି।

ସମ୍ବନ୍ଧିତ ଖବର