ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କୁ ଲାଞ୍ଚ ପ୍ରସଙ୍ଗ: ଏସ୍‌ଓଜି ସମନ୍ ନେଇ ସଚିନ୍ ପାଇଲଟ୍ ଓ ଅଶୋକ ଗେହଲଟ୍‌ ମୁହାଁମୁହିଁ

ନୂଆଦିଲ୍ଲୀ: ନିଜ ସରକାରକୁ ନିଜେ ଅସ୍ଥିର କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହେବା ପରେ ଘଟଣାର ତଦନ୍ତ  ଲାଗି ପଚରା ଉଚୁରା ପାଇଁ ଉପସ୍ଥିତ ହେବାକୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ପାଖକୁ ଆସିଥିବା ସମନ୍‌ କଂଗ୍ରେସକୁ ବିପର୍ଯ୍ୟସ୍ଥ କରିପକାଇବ ବୋଲି ବିଶ୍ବାସ କରାଯାଉଛି।

ତଦନ୍ତରେ ପଚରା ଉଚୁରା ପାଇଁ ଉପସ୍ଥିତ ହେବାକୁ ଶୁକ୍ରବାର ଦିନ ରାଜସ୍ଥାନ ସ୍ପେସାଲ୍ ଅପରେସନ୍ସ ଗ୍ରୁପ୍ ସଚିନ୍ ପାଇଲଟ୍‌ଙ୍କ ପାଖକୁ ଏହି ସମନ ପଠାଇଛି। ଜୁନ୍ ମାସରେ ରାଜ୍ୟସଭା ନିର୍ବାଚନ ସମୟରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୋଗ ଥିଲା ଯେ, ରାଜ୍ୟସଭାର ତିନିଟି ଆସନ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରିବାକୁ ବାହାରିଥିବା କଂଗ୍ରେସ ବିଧାୟକମାନଙ୍କୁ ବିଜେପି ପ୍ରଲୋଭିତ କରି କରାୟତ କରୁଛି।

ଏହି ତଦନ୍ତ ରାଜ୍ୟସଭା ନିର୍ବାଚନ ପର୍ଯ୍ୟନ୍ତ ଟ୍ୟାପ୍ ହୋଇଥିବା ଦୁଇଜଣ ବିଜେପି ନେତାଙ୍କ ଫୋନ୍ କଥାବାର୍ତ୍ତା ଉପରେ ଆଧାରିତ। ଏହା ରାଜସ୍ଥାନର କଂଗ୍ରେସ ସରକାର ଭାଙ୍ଗିବା ଉଦ୍ୟମ ବୋଲି ଅଭିଯୋଗ ଉଠିଥିଲା।

Image Courtesy of India Today

ବିଜେପିର ଦୁଇଜଣ ସଦସ୍ୟ ଗିରଫ ହେବା ପରେ ଫୋନ୍ ଟ୍ରାନ୍‌ସ୍କ୍ରିପ୍ଟ୍‌କୁ ରେଫର୍ ହୋଇଥିବା ଏଫ୍ଆଇଆର୍‌ରେ ଉଲ୍ଲେଖ ଥିଲା ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବିବାଦ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ କହୁଛନ୍ତି କି, ସେ ମୁଖ୍ୟମନ୍ତ୍ରୀ ହେବେ।

ଏହି ଉଭୟ ଘଟଣା ଯୋଗୁଁ ଦଳେ ବିଧାୟକଙ୍କୁ ନେଇ ସଚିନ ପାଇଲଟ୍ ଦିଲ୍ଲୀ ଆସିଲେ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି, ସେ ଓ ତାଙ୍କ ଡେପ୍ୟୁଟିଙ୍କୁ ପଚରାଉଚୁରା କରାଯିବ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ସ୍ପେସାଲ୍ ଅପରେସନ୍ ଗ୍ରୁପ୍‌ର ଦାୟିତ୍ବରେ ରହିଛନ୍ତି ‌ମୁଖ୍ୟମନ୍ତ୍ରୀ ଗେହଲଟ୍। ଏହି ସମନକୁ ପାଇଲଟ୍ ଅପମାନ ବୋଲି ବିଚାର କରୁଛନ୍ତି। ଗେହଲଟ୍ ମଧ୍ୟ ଅନୁରୂପ ସମନ ପାଇଛନ୍ତି। ଏହାକୁ ମଧ୍ୟ ସେ ପ୍ରତିଅପମାନ ଦୃଷ୍ଟିରେ ଦେଖୁଛନ୍ତି ବୋଲି ‌ତାଙ୍କ ନିକଟତମ ବ୍ୟକ୍ତିମାନେ କହୁଛନ୍ତି। ପାଇଲଟଙ୍କ ନିକଟତମ ବ୍ୟକ୍ତିମାନେ କହୁଛନ୍ତି କି, ତଦନ୍ତ ଗୋଟାଏ ବାହାନା। ଅସଲ ଉଦ୍ଦେଶ୍ୟ ହେଉଛି ଉପମୁଖ୍ୟମନ୍ତ୍ରୀଙ୍କୁ ହଇରାଣ କରିବା।

ଶନିବାର ଦିନ ଗେହଲଟ୍ କହିଥିଲେ, ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କି, ମୁଖ୍ୟମନ୍ତ୍ରୀ କେହି ଆଇନର ଊର୍ଦ୍ଧ୍ବରେ ନୁହନ୍ତି। ଆମେ ତଦନ୍ତରେ ପୂର୍ଣ୍ଣ ସହାୟତା କରିବୁ।

ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ ଯେ, କଂଗ୍ରେସ ଓ ସ୍ବାଧୀନ ବିଧାୟକମାନଙ୍କୁ ବିଜେପି ୨୫ କୋଟିଯାଏଁ ଟଙ୍କା ଯାଚିଛନ୍ତି। କିନ୍ତୁ, ରାଜସ୍ଥାନର ତିନିଟି ରାଜ୍ୟସଭା ଆସନରୁ କଂଗ୍ରେସ ଦୁଇଟି ଜିଣିବା ପରେ ପାଇଲଟ୍‌ କହିଥିଲେ ଯେ, ବିଧାୟକମାନଙ୍କୁ ପ୍ରଲୋଭିତ କରାଯାଉଥିବା ଅଭିଯୋଗ ଭିତ୍ତିହୀନ। ସେ ବିଜେପି ସହ କଥାବାର୍ତ୍ତା କରି ନ ଥିବା କଥା ମଧ୍ୟ ଦୃଢ଼ତାର ସହ କହିଥିଲେ।

ପଚରାଉଚୁରା ପରେ ସମନ୍ ପାଇବା ସମୟରେ ପାଇଲଟ୍ ଖୁବ୍ ରାଗିଯାଇଥିଲେ ବୋଲି କୁହାଯାଉଛି। ପରିସ୍ଥିତି ସଂକ୍ରାନ୍ତରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କୁ ଅବଗତ କରାଯାଇଛି।

 

 

ସମ୍ବନ୍ଧିତ ଖବର