ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ନୂଆ ରାଷ୍ଟ୍ରପତିଙ୍କ ନାମ; ଜାଣନ୍ତୁ ଏ ସଂପର୍କିତ ୧୦ ଗୁରୁତ୍ବପୂର୍ଣ୍ଣ କଥା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଭୋଟ୍‌ ଗଣନା ଆରମ୍ଭ ହୋଇଯାଇଛି। ଦୌପଦୀ ମୁର୍ମୁଙ୍କ ବିଜୟ ଏକା ପ୍ରକାରେ ନିଶ୍ଚିତ ଥିବା ବେଳେ ବିଜେପି ଫଳାଫଳ ବାହାରିବା ଆଗରୁ ହିଁ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଚାଲନ୍ତୁ ଜାଣିବା ଏ ସଂପର୍କିତ କିଛି ଗୁୁରୁତ୍ବପୂର୍ଣ୍ଣ କଥା।

: ରାଷ୍ଟ୍ରପତି ନିର୍ବାଚନର ଭୋଟ୍‌ ଗଣତି ସଂସଦର ୬୩ ନମ୍ବର ଗୃହରେ ହେଉଛି।

: ଅପରାହ୍ନ ୪ଟାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି ସୂଚନା ରହିଛି।

: ଜାଣିବାକୁ ମିଳିଛି ଯେ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସ୍ଥାୟୀ ଭାବେ ତିନ୍‌ ମୂର୍ତ୍ତି ମାର୍ଗରେ ରହୁଥିବା ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଯିବେ।

: ଦୌପଦୀ ମୁର୍ମୁଙ୍କ ବିଜୟ ପରେ ଦିଲ୍ଲୀ ବିଜେପି ଏକ ରୋଡ୍‌ ସୋ’ କରିବାର ଯୋଜନା କରିଛି। ମୁଖ୍ୟ କାର୍ଯ୍ୟାଳୟରୁ ରାଜପଥ ପର୍ଯ୍ୟନ୍ତ ଏହି ରୋଡ୍‌ ସୋ’ ହେବ। ଏଥିରେ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ।

: ଅନ୍ୟ ସମସ୍ତ ରାଜ୍ୟ ବିଜେପି ମଧ୍ୟ ମୁର୍ମୁଙ୍କ ବିଜୟ ଉତ୍ସବ ମନାଇବା ବନ୍ଦୋବସ୍ତ କରିଛନ୍ତିି।

: ଆମ ରାଜ୍ୟରେ ଭୁବନେଶ୍ବରରେ ବିଜେପି ଓ ବିଜେଡ଼ି ପକ୍ଷରୁ ବିଜୟ ଉତ୍ସବ ପାଳନ ହେବ।

: ଦୌପଦୀଙ୍କ ବିଜୟ ଉତ୍ସବ ମନାଇବାରୁ ରାଇରଙ୍ଗପୁରବାସୀ ୨୦ ହଜାର ମିଠା ଧରି ପ୍ରସ୍ତୁତ ରହିଛନ୍ତି। ବିଜୟ ପରେ ସ୍ବତନ୍ତ୍ର ଆଦିବାସୀ ନୃତ୍ୟ ବି ଦେଖିବାକୁ ମିଳିବ।

: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶ୍ରୀମତୀ ମୁର୍ମୁଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ଯଶବନ୍ତ ସିହ୍ନାଙ୍କ ପାଇଁ ୩୪ ବିରୋଧୀ ଦଳ ସମର୍ଥନ ଦେଇଥିବା ବେଳେ ଦୌପଦୀଙ୍କୁ ୪୪ ଦଳର ସମର୍ଥନ ମିଳିଛି। ମାତ୍ର କିଛି ବିଧ‌ାୟକ ଦୌପଦୀ ମୁର୍ମୁଙ୍କୁ କ୍ରସ୍‌ ଭ‌ୋଟ୍‌ ଦେବା ସ୍ବୀକାର କରିଛନ୍ତି।

: ଭୋଟ୍‌ ଗଣତି ସର୍ଟିଂ କରାଯାଇ ସାଂସଦ ଓ ବିଧାୟକଙ୍କର ପୃଥକ ହିସାବ କରାଯାଉଛି। ସାଂସଦଙ୍କ ଭୋଟ୍‌ର ମୂଲ୍ୟକୁ ୭୦୦ ଧରା ଯାଉଥିବା ବେଳେ ଜଣେ ବିଧାୟକଙ୍କ ଭୋଟ୍‌ ପାଇଁ ରହିଛି ଭିନ୍ନ ଅଙ୍କ।

: ନବ ନିର୍ବାଚିତ ରା‌ଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ଶପଥ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର