ଶ୍ରୀମନ୍ଦିରକୁ ବି ଛାଡ଼ିଲେନି

୨୦୧୮ରେ ଆରମ୍ଭରୁ ‌ଶେଷ ପର୍ଯ୍ୟନ୍ତ କିନ୍ତୁ ଭିନ୍ନ ଭିନ୍ନ କାରଣ ପାଇଁ ଶ୍ରୀମନ୍ଦିର ଅପବାଦ ମୁଣ୍ଡାଇଥିଲା। ରତ୍ନଭଣ୍ଡାର ଚାବି ହଜିବା ଠାରୁ ଆରମ୍ଭ କରି ଧାଡ଼ି ଦର୍ଶନ ଜନିତ ବିଶୃଙ୍ଖଳା। ପୁଣି ମହାପ୍ରସାଦ ଦର ଧାର୍ଯ୍ୟ ପ୍ରସଙ୍ଗ। ପ୍ରଶାସକ ପରିବର୍ତନ ଠାରୁ ବ୍ରହ୍ମ ବିଭ୍ରାଟ ରିେପାର୍ଟ ଏବଂ ଶ୍ରୀମନ୍ଦିର ସଂସ୍କାର ଯାଏ ଡଜନେରୁ ଅଧିକ ପ୍ରସଙ୍ଗରେ ଭକ୍ତ-ସେବକ-ପ୍ରଶାସନ-ସରକାର ମୁହାଁମୁହିଁ େହାଇ ରହିଥିଲେ। ବର୍ଷ ଶେଷକୁ ସେବକ-ପ୍ରଶାସନ ମୁହାଁମୁହିଁ ହୋଇ ୧୪ ଘଣ୍ଟା ମହାପ୍ରଭୁଙ୍କୁ ଉପବାସ ରଖିଲେ। ‌େଶଷରେ ମନ୍ଦିର ଭିତରେ ଅସଦାଚରଣ ଶ୍ରୀମନ୍ଦିର ଇତିହାସରେ ଆଉ ଏକ କଳଙ୍କିତ ଅଧ୍ୟାୟ ଯୋଡ଼ିଲା। ଭକ୍ତଙ୍କ ଭାବାବେଗକୁ ଅକ୍ଷୁର୍ଣ୍ଣ ରଖିବା ଲାଗି କିନ୍ତୁ େଠାସ୍ ପଦକ୍ଷେପ ନେବାରେ କେହି ସଫଳ ହୋଇପାରିନାହାନ୍ତି।

ରାଜନୀତିରେ ଫସିଲା ତିତ୍‌ଲି

ପୁଣି ଅଶୁଭ ହେଲା ଅକ୍ଟୋବର। ସାମୁଦ୍ରିକ ଝଡ଼ ତିତଲି ଉଜାଡ଼ିଦେଲା ଉପକୂଳ ଓଡ଼ିଶାର ଅଧା ଅଞ୍ଚଳ। ନେଇଗଲା ୫୦ରୁ ଅଧିକ ଲୋକଙ୍କ ଜୀବନ। ବିଧ୍ବସ୍ତ କରି‌େଦଲା ହଜାର ହଜାର ଘର, ରାସ୍ତାଘାଟ। ପୁଣି ଦୋହଲିଗଲା ଉପକୂଳ ଓଡ଼ିଶାର ଅର୍ଥନୀତି। ତିତଲିକୁ ମୁକାବିଲା ଠିକ୍ ଭାବେ କରାଯାଇଛି ବୋଲି ଶାସକ ଦଳ ଦାବି କରିଥିଲା ବେଳେ ବିରୋଧୀ ମାନିବାକୁ ନାରାଜ। ସରକାରଙ୍କ ବିଫଳତାର ଲମ୍ବା ତାଲିକା ଧରାଇ ଭର୍ତ୍ସନା କଲେ ବିରୋଧୀ। ଏମିତି ରାଜନୀତି ଭିତରେ କେନ୍ଦ୍ର-ରାଜ୍ୟ ବିବାଦ ବି ଦେଖାଦେଲା। ବର୍ଷ ‌େଶଷ ବେଳକୁ ବି ତିତଲି କ୍ଷତ ଭରଣା ହୋଇନି ବହୁ ଅଞ୍ଚଳରେ।

ବାବୁଙ୍କ ହାତରେ ପୌରସଂସ୍ଥା

ବର୍ଷ ଆରମ୍ଭରୁ ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। ଆଇନ ଜାଲରେ ଛନ୍ଦି ହୋଇଗଲା ପୌର ନିର୍ବାଚନ। ପୌରାଞ୍ଚଳରେ ବାସ କରୁଥିବା େଲାକେ ନୂଆ େନତା ବାଛିବାରୁ ବଞ୍ଚିତ ହେଲେ। ସଂରକ୍ଷଣକୁ େନଇ ଚାଲିଥିବା ଲମ୍ବା ଲଢେଇ କାରଣରୁ ନିର୍ଦ୍ଧାରିତ ସମୟରେ ପୌର ନିର୍ବାଚନ ହୋଇପାରିଲା ନାହିଁ। ସ୍ଥିତି ଏମିତି ଅବସ୍ଥାକୁ ଚାଲି ଆସିଛି େଯ ବର୍ଷ ‌େଶଷ ସୁଦ୍ଧା, ଏହି ପ୍ରସଙ୍ଗରେ କିଛି ବି ନିଷ୍କର୍ଷ ବାହାରି ପାରିଲା ନାହିଁ। ପରିଣାମ ହେଲା ୮୮ଟି ପୌରାଞ୍ଚଳ େଲାକ ପ୍ରତିନିଧିଙ୍କ ବଦଳରେ ଏବେ ବାବୁମାନଙ୍କ ନିୟନ୍ତ୍ରଣରେ ରହିଛି। କେବଳ ସେତିକି ନୁହେଁ, ଭୁବନେଶ୍ବର ଓ କଟକ ମହାନଗର ନିଗମ ମଧ୍ୟ ଆଉ ଦିନ କେତେଟା ପରେ ବାବୁଙ୍କ ହାତକୁ ଯିବ। ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ ସମ୍ଭାବନା ଆଉ ନାହିଁ କହିଲେ ଚଳେ।

ତଥାପି ନ୍ୟାୟ ଅପେକ୍ଷାରେ ଓଡ଼ିଆ ଭାଷା

ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ନେଇ ରାଜ୍ୟ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଘୋଷଣା କରୁଛନ୍ତି। କିନ୍ତୁ ବାସ୍ତବତା ଠାରୁ ତାହା ବହୁ ଦୂରରେ। ନା ସରକାରୀ କାର୍ଯ୍ୟ ଓଡ଼ିଆରେ ହେଉଛି ନା ବାଣିଜ୍ୟିକ ସଂସ୍ଥାର ନାମଫଳକ ଓଡ଼ିଆରେ ଲେଖାଯାଉଛି। ସରକାର ସମୀକ୍ଷା, ସମୟ କଣ୍ଟ ସବୁ ମୂଲ୍ୟହୀନ ହୋଇଯାଉଛି। ଏହାକୁ ନେଇ ଭାଷାପ୍ରେମୀମାନେ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ କରୁଥିଲେ ବି ଖିଲାପକାରୀଙ୍କ ଉପରେ ତାହାର ପ୍ରଭାବ ଯେମିତି ପଡ଼ୁ ନାହିଁ।

ସଂପର୍କ ଯୋଡ଼ିଲା ସେତୁ, ବିମାନ ବନ୍ଦର

ମାଲକାନଗିରିର ଜୀବନରେଖା କୁହାଯାଉଥିବା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଉଦ୍‌ଘାଟିତ ହୋଇଛି। ବିଚ୍ଛିନ୍ନାଞ୍ଚଳ ପାଇଁ ଏହି ସେତୁ ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି। ଦୀର୍ଘ ବର୍ଷର ଯୋଜନାର ସଫଳ ରୂପାୟନ ହୋଇପାରିଥିବାରୁ ରାଜ୍ୟ ସରକାର ଏଥି ପାଇଁ ପ୍ରଶଂସା ବି ସାଉଁଟିଛନ୍ତି। ସମ୍ପର୍କର ଏହି େସତୁ ଏବେ ବିକାଶର ନୂଆ ରାସ୍ତା େଖାଲିଛି। ଅନ୍ୟପକ୍ଷରେ ରାଜ୍ୟର ଦ୍ବିତୀୟ ପୂଣ୍ଣାଙ୍ଗ ବିମାନବନ୍ଦର ଝାରସୁଗୁଡ଼ାରେ ଲୋକାର୍ପିତ ହୋଇଛି। ଏଠାରୁ ନିୟମିତ ବିମାନ କିନ୍ତୁ ବର୍ଷ ଏଯାଏ ଉଡିପାରିନାହିଁ। ନାହିଁ।

ଶିଳ୍ପ ପାଇଁ ସ୍ବପ୍ନ

ବେକାରି ଓ ବିକାଶ ପ୍ରସଙ୍ଗ ସଂପର୍କିତ ସରକାରୀ ବିେରାଧୀ ହାଵାକୁ କାଟିବା ଲାଗି ରାଜ୍ୟ ସରକାର ବର୍ଷତମାମ ଶିଳ୍ପପତିଙ୍କ ସହିତ ତାଙ୍କର ନିବିଡତା େଦଖାଇବାକୁ ଢେର୍ ଉଦ୍ୟମ କରିଥିଲେ। ପରିଣାମରେ ବର୍ଷ େଶଷ େବଳକୁ ଓଡ଼ିଶାରେ ଶିଳ୍ପାୟନ େନଇ ନୂଆ ରଙ୍ଗିନ୍ ଚିତ୍ର ଆଙ୍କିବାରେ ସମର୍ଥ େହାଇଥିଲେ ସରକାର। ବିଦେଶରେ ଓ ରାଜ୍ୟ ବାହାରେ ରୋଡ୍‌ ସୋ ଏବଂ ଭୁବନେଶ୍ବର ମେକ୍-ଇନ୍-ଓଡ଼ିଶା କନ୍‌କ୍ଲେଭ୍ କରି ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ପାଇଁ ଓଡ଼ିଶା ପ୍ରସ୍ତୁତି େବାଲି ମୁଖ୍ୟମନ୍ତ୍ରୀ େବକାରିଙ୍କ ମନରେ ଆଶା ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷରେ େକନ୍ଦ୍ର ସରକାର ମଧ୍ୟ ତାଳଚେର ସାର କାରଖାନାର ପୁନରୁଦ୍ଧାର ଆଶା ଦେଖାଇବା ସହ ପାରାଦୀପରେ ଶିଳ୍ପର ପ୍ରଗତି ନେଇ ଗୋଲାପି ଚିତ୍ର ଆଙ୍କିବାକୁ ଭୁଲିନାହାନ୍ତି। ତେବେ ଇଜ୍ ଅଫ୍ ଡୁଇଂ ବିଜ୍‌ନେସ୍‌ରେ ଓଡ଼ିଶାର ରୢାଙ୍କ ତଳକୁ ଖସିଯିବା ନିଶ୍ଚିତ ଭାବେ ଚିନ୍ତାଜନକ।

ସମ୍ବନ୍ଧିତ ଖବର