କଂଗ୍ରେସରେ ଯୋଗଦେଲେ ଯଜ୍ଞେଶ୍ୱର ବାବୁ

ଭୁବନେଶ୍ୱର: ଓଡ଼ିଶା ଜନ ମୋର୍ଚ୍ଚା (ଓଜେଏମ୍‌)ର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ ଗୁରୁବାର କଂଗ୍ରେସରେ ଯୋଗଦେଇଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଯୋଗଦେବା ଅବସରରେ ଯଜ୍ଞେଶ୍ୱର କହିଛନ୍ତି, ଦଳର ନିର୍ଦ୍ଦେଶରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କ ଦ୍ୱାରା ଯାହା ସମ୍ଭବ, ତାହା କରିବେ ବୋଲି ଯଜ୍ଞେଶ୍ୱର କହିଛନ୍ତି।

ସୂଚନାଯୋଗ୍ୟ ଯଜ୍ଞେଶ୍ୱର ବାବୁ ଅତୀତରେ ବିଜେଡିରେ ମଧ୍ୟ ଥିଲେ। ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଦ୍ୱାରା ଓଡ଼ିଶା ଜନ ମୋର୍ଚ୍ଚା ଗଠନ ହେବା ପରେ ସେ ବିଜେଡି ଛାଡ଼ିଥିଲେ। ଯଜ୍ଞେଶ୍ୱରଙ୍କ ସହିତ କିଛି ବିଜେପି କର୍ମୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।

ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ କହିଛନ୍ତି, ଭାରତବର୍ଷରେ କଂଗ୍ରେସ ଦଳ ହିଁ କେବଳ ଗଣତନ୍ତ୍ରକୁ ସୁରକ୍ଷା ଦେଇପାରିବ ଓ ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ସମ୍ଭବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର