ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଥିବା ଯଶଓ୍ଵାନ୍ତ ସିହ୍ନାଙ୍କ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ନେଇ ଲିଖିତ ପ୍ରସଙ୍ଗ ଉପରେ ଟିପ୍ପଣୀ କରି ତାଙ୍କର ସୁପୁତ୍ର ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା । ସେ ଏକ ଲେଖା ଟାଇମ୍ସ ଅଫ୍ ଇଣ୍ଡିଆ ଇଂରାଜୀ ଦୈନିକରେ ଲେଖିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଆମେ ଏକ ନୂତନ ଶକ୍ତିଶାଳୀ ଅର୍ଥ ବ୍ୟବସ୍ଥା ପ୍ରସ୍ତୁତ କରୁଛୁ, ଯାହା ଦୀର୍ଘ କାଳୀନ ଭିତ୍ତିରେ ଭାରତକୁ ଲାଭାନ୍ଵିତ କରିବ ।
ଜୟନ୍ତ ସିହ୍ନା ଲେଖିଛନ୍ତିଯେ ଜି.ଏସ୍.ଟି, ନୋଟବନ୍ଦୀ ଓ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଜରିଆରେ ଏକ ପରିବର୍ତ୍ତନ ଅଣାଯାଇଛି,ଯାହାର ସୁପ୍ରଭାବ ଦୀର୍ଘକାଳୀନ ଭିତ୍ତିରେ ଦେଖିବାକୁ ମିଳିବ । ଏହି ସରକାରଙ୍କ କାର୍ଯ୍ୟକାଳରେ ଏଫ୍ ଡି ଆଇରେ ଯଥେଷ୍ଟ ବୃଦ୍ଧି ଘଟିଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କେବଳ ଗୋଟିଏ ବା ଦୁଇଟି ତ୍ରୈମାସିକର ତଥ୍ୟକୁ ନେଇ ଅର୍ଥ ବ୍ୟବସ୍ଥାର ଆକଳନ କରିବା ଠିକ୍ ନୁହେଁ ।
ଜନଧନ-ଆଧାର-ମୋବାଇଲ୍ (ଜେଏଏମ୍) ଡିବଟିି ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ କରିଛି । ଏହା ଦ୍ୱାରା ଗତ ତିନି ବର୍ଷ ଭିତରେ ହିତାଧିକାରୀ ମାନଙ୍କୁ ସିଧାସଳଖ ୧.୭୫ଲକ୍ଷ କୋଟି ଟଙ୍କାର ଫାଇଦା ମିଳିଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୦୧୮ ସୁଦ୍ଧା ଭାରତର ଶତ ପ୍ରତିଶତ ଗ୍ରାମରେ ବିଦ୍ୟୁତ ପହଞ୍ଚିବ । ସଂପ୍ରତି ଗ୍ରାମାଞ୍ଚଳରେ ଦୈନିକ ୧୩୩ କିଲୋମିଟର ହାରରେ ରସ୍ତା ନିର୍ମାଣ ଚାଲିଛି, ଯାହା ଏକ ରେକର୍ଡ । ୨୦୧୪ରେ ଏହି ହାର ଥିଲା ଦୈନିକ ୬୯ କିଲୋମିଟର ।
ଷ୍ଟାର୍ଟ ଅପ୍ ଇଣ୍ଡିଆର ସଫଳତା ମଧ୍ୟ ଆଇଆଇଟି କ୍ୟାମ୍ପସ ମାନଙ୍କରେ ପରିଲକ୍ଷିତ ହେଲାଣି ବୋଲି ଜୟନ୍ତ ସିହ୍ନା ଏଥିରେ ଉଲ୍ଲେଖ କରିଛନ୍ତି ।ସେ ପିତା ଜଶଓ୍ଵନ୍ତ ସିହ୍ନାଙ୍କ ସହ ଏକମତ ନୁହଁନ୍ତି ବୋଲି ଏହି ଲେଖାରୁ ସ୍ପଷ୍ଟ ଜଣାପଡୁଛି ।