ଭୁବନେଶ୍ୱର: ଲୋକସଭା ଓ ବିଧାନସଭାରେ  ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଜେଡିଏସ୍‌ର ମୁଖ୍ୟ ଏଚ୍‌ଡି ଦେବେଗୌଡ଼ା ଶୁକ୍ରବାର ଆଲୋଚନା କରିଛନ୍ତି। ପୂର୍ବରୁ ବିଜେଡି ପକ୍ଷରୁ ଏକ ଚିଠି ଲେଖାଯାଇ ଦେବେଗୌଡ଼ାଙ୍କ ଦଳ ଜେଡିଏସ୍‌କୁ ଏହି ପ୍ରସଂଗରେ ସମର୍ଥନ ମଗା ଯାଇଥିଲା। ଏଚ୍‌ଡି ଦେବେଗୌଡ଼ା ଏ ପ୍ରସଂଗରେ ବିଜେଡିକୁ ସମର୍ଥନ କରିଥିବା ଜାଣିବାକୁ ମିଳିଛି।

Advertisment

ଉଲ୍ଳେଖଯୋଗ୍ୟ, ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖିବା ଲାଗି ରାଜ୍ୟ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା । ଏହାପରେ ଜାତୀୟସ୍ତରରେ ଏହାକୁ ସମର୍ଥନ ଲାଗି ବିଜୁ ଜନତା ଦଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିଲା।

publive-image

ଏ ନେଇ ବିଜେଡି ପକ୍ଷରୁ ବିଭିନ୍ନ ଦଳକୁ ସମର୍ଥନ ମଗାଯାଇଥିଲା। ବିଜେଡି ପକ୍ଷରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ନ୍ୟାସନାଲ କନ୍‌ଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର ଆଦି ନେତାଙ୍କ   ସମର୍ଥନ ମଗାଯାଇଥିଲା ଓ ସେମାନେ ଏହାକୁ ସମର୍ଥନ କରିଥିଲେ। ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ବିଜେଡିର ଏହି ପ୍ରସ୍ତାବରେ ସମର୍ଥନ ଜଣାଇଥିଲେ।