ପାଟନା: ବିହାର ରାଜଧାନୀ ପାଟ୍‌ନାରେ ହୋଇଥିବା ଏକ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ବିହାର ଛଡ଼ା ଏନ୍‌ଡିଏ ସହିତ ଜନତା ଦଳ(ୟୁ)ର କୌଣସି ସଂପର୍କ ନାହିଁ। ଦିଲ୍ଲୀ, ହରିଆଣା, ଝାରଖଣ୍ଡ ଓ ଜମ୍ମୁ-କଶ୍ମୀରରେ ହେବାକୁ ଥିବା ଆସନ୍ତା ବିଧାନସଭା ନିର୍ବାଚନକୁ ଜେଡିୟୁ ଦଳ ଏକାକୀ ଲଢ଼ିବ। ଏଥିରେ ଦଳକୁ କାହାରି ସହାୟତା ଆବଶ୍ୟକ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।

Advertisment

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଯେଡିୟୁ ଦଳ ଗତ ଲୋକସଭା ନିର୍ବାଚନରେ ୧୬ଟି ଆସନ ଜିତିଥିବା ବେଳେ ମନ୍ତ୍ରିମଣ୍ଡଳରେ ଦଳକୁ ମାତ୍ର ଗୋଟିଏ ଆସନ ମିଳିଥିବା ହେତୁ ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।