ପାଟନା: ମଦ ବିକ୍ରି ନିଷିଦ୍ଧ ହୋଇଥିବା ବିହାରରେ ମଦ୍ୟପାନକୁ ନେଇ ଏବେ ଶାସକ ଜେଡିୟୁ-ବିଜେପି ଏବଂ ବିରୋଧୀ ଦଳ ଆରଜେଡି ମୁହାଁମୁହିଁ ହୋଇଛନ୍ତି। ଜେଡିୟୁର ସମସ୍ତ ମୁଖପାତ୍ର ତାଙ୍କ ଘରେ ମଦ ରଖୁଥିବା ନେଇ ବୁଧବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୁରୁତର ଅଭିଯୋଗ ଆଣିଥିବା ବେଳେ ଏହାକୁ ସମର୍ଥନ କରିଥିଲେ ତାଙ୍କ ପୁଅ ତଥା ବିରୋଧୀ ଦଳୀ ନେତା ତେଜସ୍ୱୀ ଯାଦବ। ମଦ ମାଫିଆଙ୍କ ଦୟାରେ ଜେଡିୟୁ ଚାଲୁଥିବାରୁ ସେମାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ତେଜସ୍ୱୀଙ୍କ ବୟାନ ଝଡ଼ ସୃଷ୍ଟି କରିଥିଲା। ଏହାର ଜବାବରେ ଆଜି ଜେଡିୟୁ ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛି। ତେଜସ୍ୱୀ ଜଣେ ଯୁବତୀଙ୍କ ସହ ବିୟର ବୋତଲ ଧରି ଛିଡା ହୋଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏ ନେଇ ଆରଜେଡି ଜବାବ ଦେବାକୁ ବାଧ୍ୟ ବୋଲି ଜେଡିୟୁ ନେତାମାନେ କହିଛନ୍ତି। ଫଟୋରେ ତେଜସ୍ୱୀ ଜଣେ ଯୁବତୀଙ୍କ ସହ ଘନିଷ୍ଠ ଭାବେ ଛିଡ଼ା ହୋଇଥିବା ଓ ପାଖରେ ବିୟର ବୋତଲ ଥିବା ଦେଖିବାକୁ ମିଳିଛି । ତେଜସ୍ୱୀ ଯାଦବ ଏ ସଂପର୍କରେ ସ୍ଥିତି ସ୍ପଷ୍ଟ କରିବାକୁ ଜେଡିୟୁ ମୁଖପାତ୍ର ସଞ୍ଜୟ ସିଂ ଦାବି କରିଛନ୍ତି। ଏହାର ଉତ୍ତର ଦେଇି ଆରଜେଡି ମୁଖପାତ୍ର ନିରଜ କୁମାର କହିଛନ୍ତି ଯେ, ଏହି ଫଟୋ ବିହାର ଭବନର ନୁହେଁ, ଏହା ଦିଲ୍ଲୀର । ସେଠାରେ ମଦ୍ୟପାନ କରିବା କୌଣସି ଅପରାଧ ନୁହେଁ। ଜେଡିୟୁ ସହିତ ସ୍ୱର ମିଳାଇ ବିଜେପି ମଧ୍ୟ ତେଜସ୍ୱୀକୁ ଘେରିବାକୁ ଯୋଜନା କରିଛି। ବିଜେପି ନେତା ନୀତିନ ନବୀନ କହିଛନ୍ତି ଯେ, ତେଜସ୍ୱୀଙ୍କ ବିରୋଧରେ ଏଭଳି ଅଭିଯୋଗ କିଛି ଆଶ୍ଚର୍ଯ୍ୟଜନକ ନୁହେଁ । କାରଣ ତେଜସ୍ୱୀ ସେଭଳି ପରିବେଶ ଓ ସଂସ୍କୃତିରେ ବଡ଼ ହୋଇଛନ୍ତି । ଯଦି ସେ ନିର୍ଦ୍ଦୋଷ ତେବେ ସାମ୍ନାକୁ ଆସି ଏହା ପ୍ରମାଣ କରନ୍ତୁ । ନିଜ ଉପରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି ତେଜସ୍ୱୀ କହିଛନ୍ତି ଯେ, ଉକ୍ତ ଫଟୋ ୨୦୧୦ ମସିହାର ଏବଂ ତାଙ୍କୁ ବଦନାମ କରିବା ପାଇଁ ଏବେ ବିଜେପି-ଜେଡିୟୁ ଏହାକୁ ଅସ୍ତ୍ର କରିଛନ୍ତି।
ଜେଡିୟୁ ଟାର୍ଗେଟ୍ରେ ତେଜସ୍ୱୀ
/sambad/media/post_attachments/wp-content/uploads/2017/11/3534d5fc-f56a-4369-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)