କୌଣସି ବି ପରିସ୍ଥିତିରେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡର ରାଷ୍ଟ୍ରୀୟ ଉପସଭାପତି ପ୍ରଶାନ୍ତ କିଶୋର କହିଛନ୍ତି କୌଣସି ବି ପରିସ୍ଥିତିରେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ସେ ସ୍ପଷ୍ଟଭାବେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିକୁ ଏକକ ସଂଖ୍ୟା ଗରିଷ୍ଠତା ନ ମିଳିଲେ ବି ନରେନ୍ଦ୍ର ମୋଦୀ ହିଁ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦେଖିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ପ୍ରଶାନ୍ତ କିଶୋର ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେଙ୍କୁ ଭେଟିବା ବେଳେ ଏନଡିଏ ସହିତ ରହିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଏକକ ସଂଖ୍ୟା ଗରିଷ୍ଠତା ନ  ପାଇଲେ, ନୀତିଶ କୁମାର ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି। କିନ୍ତୁ ଏବେ ପ୍ରଶାନ୍ତ କିଶୋର ନିଜର କଥାରେ ୟୁ ଟର୍ଣ୍ଣ ନେଇଛନ୍ତି । ଏହା ଜରିଆରେ ପ୍ରଶାନ୍ତ କିଶୋର କି ସନ୍ଦେଶ ଦେଉଛନ୍ତି, ତାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର