ରାଞ୍ଚି : ୨୦୦୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବାପରଠାରୁ ଏଯାବତ୍ ତଥା ଗତ ୧୯ ବର୍ଷ ମଧ୍ୟରେ ଝାଡ଼ଖଣ୍ଡରେ କୌଣସି ଜଣେ ହେଲେ ମୁଖ୍ୟମନ୍ତ୍ରୀ ଲଗାତାର ଦ୍ବିତୀୟ ଥର ପାଇଁ ଜିତିନାହାନ୍ତି। ୨୦୦୦ରୁ ୨୦୧୯ ମଧ୍ୟରେ ଝାଡ଼ଖଣ୍ଡରେ ୬ ଜଣ ମୁଖ୍ୟମନ୍ତ୍ରୀ ରାଜ୍ୟର ଦାୟିତ୍ବ ନେଇଛନ୍ତି। ବାବୁଲାଲ୍ ମାରାଣ୍ଡି, ଅର୍ଜୁନ ମୁଣ୍ଡା, ଶିବୁ ସୋରେନ, ମଧୁ କୋଡ଼ା, ହେମନ୍ତ ସୋରେନ୍ ଏବଂ ରଘୁବର ଦାସ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ନୂଆ ରାଜ୍ୟ ଗଠନ ହେବାପରେ ଚଳିତ ଥର ଝାଡ଼ଖଣ୍ଡରେ ଚତୁର୍ଥ ବିଧାନସଭା ନିର୍ବାଚନ ହୋଇଛି। ପୂର୍ବ ଧାରା ଅନୁଯାୟୀ ରଘୁବର ଦାସ ନିର୍ବାଚନରେ ପରାଜିତ ହୋଇଛନ୍ତି।
ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବାପରଠାରୁ ଏଯାବତ୍ କୌଣସି ମୁଖ୍ୟମନ୍ତ୍ରୀ ଲଗାତାର ଦ୍ୱିତୀୟ ଥର ଜିତିନାହାନ୍ତି
/sambad/media/post_attachments/wp-content/uploads/2019/12/jharkhand.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)